ସାରା ବିଶ୍ୱକୁ ସ୍ୱାଗତ ବିଶ୍ୱକପ୍ ହକିର ଖୁସି ମନାଇଲା ଆଦିବାସୀ ପଲ୍ଲୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୁନ୍ଦରଗଡ଼ର ଆଦିବାସୀପଲ୍ଲୀ ହକିର ଅନ୍ତୁଡ଼ିଶାଳ । ଦିଲ୍ଲୀପ ତିର୍କୀ, ପ୍ରବୋଧ ତିର୍କୀ, ଇଗ୍ନେଶ ତିର୍କୀ, ଲାଜାରୁସ୍ ବାର୍ଲାଙ୍କ ପରି ପ୍ରସିଦ୍ଧ ହକି ଖେଳାଳୀ ସୃଷ୍ଟି କରିଛି ଓଡ଼ିଶାର ଆଦିବାସୀ ପଲ୍ଲୀ । ଓଡ଼ିଶାର ବାରବାଟୀ ଷ୍ଟାଡ଼ିୟମ୍ରେ ହକି ବିଶ୍ୱକପ୍ ଉଦ୍ଘାଟନ ଚାଲିଥିବା ବେଳେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ଆଦିବାସୀ ପଲ୍ଲୀ କନ୍ଦଳେଇରେ । ଏହି ଗ୍ରାମର ଗ୍ରାମବାସୀ ଏବଂ ବିଦ୍ୟାର୍ଥୀମାନେ ଉତ୍ସାହର ସହ ଏହି ଉଦ୍ଘାଟନ ଉତ୍ସବରେ ନିଜ ଗ୍ରାମରେ ରହି ସାମିଲ୍ ହେବା ସହ ହକିକୁ ନିଜ ହୃଦୟର ସ୍ପନ୍ଦନ ଭାବେ ଅନୁଭବ କରିଥିଲେ । ସାରା ବିଶ୍ୱକୁ କରିଥିଲେ ଭବ୍ୟ ସ୍ୱାଗତ । ଏହି ଉତ୍ସବକୁ ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା ଆୟୋଜନ କରିଥିଲେ ଏବଂ ଏଥିରେ ଓଡ଼ିଶାର ଦୃଷ୍ଟିବାଧିତ ଫୁଟବଲ୍ ଦଳର କ୍ୟାପ୍ଟେନ୍ ବାପିନା ନାୟକ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା ପ୍ରମୁଖ ସାମିଲ୍ ହୋଇଥିଲେ ।


