ସାରା ବିଶ୍ୱରେ ଆୟୋଡିନ ଅଭାବଜନିତ ଅସୁବିଧା ପ୍ରତିରୋଧ ଦିବସ ପାଳିତ

କେନ୍ଦ୍ରାପଡା – ସାରା ବିଶ୍ୱରେ ଆୟୋଡିନ ଅଭାବ ଜନିତ ଅସୁବିଧା ପ୍ରତିରୋଧ ଦିବସ ପାଳନ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ମିର୍ଜା ବାବର ବେଗଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ବାନାର୍ଜୀ,ରାମସା ସଂଯୋଜକ ପିତବାସ ପଣ୍ଡା,ମାନସିକ ସ୍ୱାସ୍ଥ୍ୟ ସଂଯୋଜକ ସୋମାପୁଷ୍ପା ମିଶ୍ର,ଗ୍ରାମୀଣ ଶିଶୁ ସ୍ୱାସ୍ଥ୍ୟର ଉପ ପରିଚାଳକ କୃଷ୍ଣ ଚନ୍ଦ୍ର ଲୋହା,ସହକାରୀ ପରିଚାଳିକା(ଆଶା)ଜସସ୍ୱିନୀ ସାହାଣୀ ପ୍ରମୁଖ ଯୋଗଦେଇ ଏହି ସମସ୍ୟା ବିଶ୍ୱରେ ଏକ ପ୍ରମୁଖ ଭାଗ ଜନଜାତିକୁ ପ୍ରଭାବିତ କରୁଥିବା ବେଳେ ମିଳିଥିବା ସୂଚନା ଅନୁଯାଇ ୧.୫ବିଲିୟନ ଲୋକ ଏହି ଆୟୋଡିନ ଅଭାବ ଜନିତ ସମସ୍ୟାର ବିପଦ ସଙ୍କୁଳ ଅବସ୍ଥା ମଧ୍ୟରେ ରହିଥିବା ମତବ୍ୟକ୍ତ କରିଥିଲେ । ଶରୀର ଆବଶ୍ୟକ କରୁଥିବା ଅତିକ୍ଷୁଦ୍ର ପୋଷକ ତତ୍ୱ(ମାଇକ୍ରୋ ନ୍ୟୁଟିଯେଂଟ)ମାନଙ୍କ ମଧ୍ୟରୁ ଆୟୋଡିନ ପ୍ରମୁଖ ଅଟେ । ଏକ ସାଧାରଣ ମଣିଷର ବିକାଶ ଓ ବୃଦ୍ଧି ନିମନ୍ତେ ପ୍ରତିଦିନ ଏକଶହରୁ ୧୫୦ ମାଇକ୍ରୋଗ୍ରାମ ଆୟୋଡିନ ଆବଶ୍ୟକ କରିଥାଏ । ଗ୍ରହଣ କରୁଥିବା ଖାଦ୍ୟରେ ଆୟୋଡିନର ଉପଯୁକ୍ତ ମାତ୍ରାର ଅଭାବରେ ଆୟୋଡିନ ଡେଫିସିଏନ୍ସି ହୋଇଥାଏ । ପୂନର୍ବାର ଏହା ଥାଇରଏଡ୍ ହରମୋନ୍ସ ପାଇଁ ଏକ ଅତ୍ୟାବଶକ ଉପାଦାନ ଅଟେ । ଏହାର ଅଭାବହେଲେ ଶାରୀରିକ ଓ ମାନସିକ ଅନଗ୍ରସରତା ଦେଖାଦେଇଥାଏ ବୋଲି କହିଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଯୋଜକ ଆଲୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ