ସାରା ରାଜ୍ୟରେ ଆରମ୍ଭ ହେଲା ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର : ଶନିବାରଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ଗୋଟିଏ ପଟେ ଲୋକେ ଲକଡାଉନ ଅବସ୍ଥାରେ ଘରେ ଥିବା ବେଳେ ଏପରି ଗରମ ଅସହ୍ୟ ହୋଇଯାଉଛି। ସେଥିପାଇଁ ଜିଲ୍ଲାପାଳମାନେ ସଜାଗ ରହୁନ୍ତୁ ବୋଲି ଆଜି ସ୍ବତନ୍ତ୍ର ରିଲିଫ କମିସନର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ସମୟରେ ବିଭିନ୍ନ ଅଞ୍ଚଳରେ କାମ କରୁଥିବା ଅଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୁଅନ୍ତୁ ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ମାଲାକାନାଗିରିରେ ସର୍ବାଧିକ ତାପମାତ୍ର ୪୦ ଡିଗ୍ରୀ ଥିବାବେଳେ ବୌଦ୍ଧ ଏବଂ ଟିଟିଲାଗଡରେ ୩୯ ଡିଗ୍ରୀ ଥିଲା। ଗତକାଲି ୨୧ ସହରରେ ତାପମାତ୍ର ୩୫ ଡିଗ୍ରୀରୁ ଅଧିକ ଥିଲା। ଆଜି ମଧ୍ୟ ସମ ପରିମାଣରେ ଗରମ ଅନୁଭୂତ ହେବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ