ସାରୁ ସମବାୟ ସମିତିରେ କଳା କାରନାମା ପଦାରେ ପଡିଲା ସମବାୟ ସମ୍ପାଦକ ନିଲମ୍ବିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପଦାରେ ପଡିଲା ସାରୁ ସମବାୟ ସମିତି ସମ୍ପାଦକଙ୍କ କଳା କାରନାମା। ଖାଲି ପଡିଆରେ ଧାନ ଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜିକରଣ କରିବା ସହିତ ଧାନର ସର୍ବନିମ୍ନ ମୂଲ୍ୟ ହଡପ ଅଭିଯୋଗରେ ପାଞ୍ଚଜଣ ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବିତ କରିଛନ୍ତି ସହକାରୀ ନିବନ୍ଧକ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ସାରୁ ସମବାୟ ସମ୍ପାଦକ ବଳରାମ ସାହୁଙ୍କୁ ସମବାୟ ପ୍ରଶାସକ ତାଙ୍କ ପଦବୀରୁ ନିଲମ୍ବିତ କରିଛନ୍ତି । ସମ୍ପାଦକ ଅନେକ ଚାଷୀଙ୍କଠାରୁ କାଗଜ ଗ୍ରହଣ କରିଥିଲେ ମଧ୍ଯ ପଞ୍ଜିକରଣ କରିବାରେ ଅବହେଳା କରିଥିଲେ । ଏନେଇ ସାରୁ ଗ୍ରାମର ରମେଶ ଚନ୍ଦ୍ର ସାହୁ ଓ ବହୁ ଚାଷୀ ମାନେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରାଯାଇ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାରେ ବିଭିନ୍ନ ସମୟରେ ସମବାୟ ସମିତି ସମ୍ପାଦକମାନେ ଅନିୟମିତତା କରି ନିଲମ୍ବନ ହେଉଥିବା ଜଣାଯାଇଛି ।ସାର ଦୁର୍ନୀତି , ଋଣ, ବ୍ୟବସାୟୀଙ୍କୁ ଚାଷୀ ଦର୍ଶାଇ ଚାଷୀମାନଙ୍କ ନାଁ ପଞ୍ଜିକରଣ କରିଥିଲେ। ଚାଷୀଙ୍କୁ ମିଳୁଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ହଡପ କରି ଚାଷ ହୋଇ ନ ଥିବା ଜାଗାରେ ଧାନ ଅମଳ ହୋଇଥିବା ଦର୍ଶାଇ ଏଭଳି ଦୁର୍ନୀତି କରୁଥିବା ପ୍ରମାଣିତ ହେବା ପରେ ସମ୍ପାଦକଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।