ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ଭଞ୍ଜନଗର (ସନ୍ତୋଷ ଜେନା): ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଅନ୍ତର୍ଗତ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 2020-21 ଶିକ୍ଷାବର୍ଷ ନିମିତ୍ତ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ପ୍ରତିନିଧି ଶିବ ଶଙ୍କର ପ୍ରଧାନ ,ସି.ଆର୍.ସି.ସି ତ୍ରିନାଥ ବେହେରା,ସାର୍ଦ୍ଦୁଳ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ପାଣି ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଏକ ହଳ ପୋଷାକ ସମେତ ଗୋଟିଏ ହଳ ଜୋତା,ଏବଂ ମୋଜା ସରକାରୀ ନିର୍ଦ୍ଦେଶନାମା ପ୍ରକାରେ ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ଦାଶ, ଏସ୍.ଏମ୍.ସି ସଭାପତି ଶିବରାମ ଗୌଡ,ସହକାରୀ ଶିକ୍ଷକ ଭଞ୍ଜକିଶୋର ପ୍ରଧାନ,ଶିକ୍ଷୟିତ୍ରୀ ରିଙ୍କୁ ପ୍ରଧାନ,ଆଇ.ଭି ଟିଚର କୁନା ବିଷୋୟୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରାମବାସୀ, ଏସ୍.ଏମ୍.ସି କମିଟି ସଦସ୍ୟା,ସଦସ୍ୟ,ଅଙ୍ଗନବାଡି କର୍ମୀ ପ୍ରମୁଖଙ୍କ ଉପସ୍ଥିତିରେ କୋଭିଡ ଗାଇଡ ଲାଇନ ଅନୁସରଣ ପୂର୍ବକ ଏହି ମେଳା ଅନୁଷ୍ଠିତ ହୋଇଥିଲା। ସେହିପରି ଏହି କ୍ଳଷ୍ଟର ଅନ୍ତର୍ଗତ ଗୁଡିପଦର ପ୍ରାଥମିକ ବିଦ୍ୟାଳୟ, ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଖମାରେଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଅନୁରୂପ ଭାବେ ପୋଷାକ ବିତରଣ କରାଯାଇଥିବା କଥା ସି.ଆର୍.ସି.ସି ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ