ସାର୍ନା ଧର୍ମ କୋଡ ମାନ୍ଯତା ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):୨୦୨୧ ଜନଗଣନାରେ ସାର୍ନା ଧର୍ମକୁ ଧର୍ମ କୋଡରେ ସ୍ଥାନ ଦେବାପାଇଁ ଦିନକୁ ଦିନ ଆଦିବାସ ଭାଇଭଉଣୀଙ୍କ ମଧ୍ୟରେ ଆନ୍ଦୋଳନ ଜୋର ଧରିଛି । ଏହାକୁ ନେଇ ଗୁରୁବାର ଦିନ ରାଇରଙ୍ଗପୁରରେ ଅଲ ଇଣ୍ଡିଆ ସାର୍ନା ଧରମ ଚେମେଡ଼ ଆଶ୍ରା ଏବଂ ଆସେକା ତରଫରୁ ମିଳିତ ଭାଵେ ଏକ ବିଶାଳ ଶୋଭାଯାତ୍ରାରେ ପ୍ଲାକାର୍ଡ ସହ ବହୁ ସଂଖ୍ଯକ ଆଦିବାସୀ ଭାଇଭଉଣୀ ରାଇରଙ୍ଗପୁର ସହର ପରିକ୍ରମା କରିଥିଲା । ସାର୍ନା ଧର୍ମ ମାନ୍ଯତା ପାଇଁ ନାରା ଦେଇଥିଲେ ।ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦଙ୍କୁ ୭ଦଫା ଦାବି ସମ୍ବିଳିତ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଦାବି ଗୁଡ଼ିକ ମଧ୍ୟରେ୨୦୨୧ ଜନଗଣନାରେ ସାର୍ନା ଧର୍ମ କୋଡକୁ ସାମିଲ ଅରିବା,ପେସା ଓ ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟ କରିବା,ଆଦିବାସୀଙ୍କ ପୂଜାସ୍ଥଳୀ (ଜାହିରା)ର  ସୁରକ୍ଷା ଓ ଉନ୍ନତିକରଣ କରିବା, ଶ୍ମଶାନ ଘାଟକୁ ପଟ୍ଟା ପ୍ରଦାନ, ଆଦିବାସୀଙ୍କ ବିଭିନ୍ନ ପର୍ବପର୍ବାଣି ଓ ବୀର ଶହୀଦଙ୍କ ଜନ୍ମ ବାର୍ଷିକ ଦିନରେ ଛୁଟି ପ୍ରଦାନ,ଜାହିରାର ପୂଜକ ମାନଙ୍କୁ ମାସିକ ଦରମା ପ୍ରଦାନ,ପ୍ରାଥମିକ ସ୍ତରରେ ଶିଶୁ ମାନଙ୍କୁ ନିଜ ମାତୃଭାଷିରେ ଶିକ୍ଷା ଦାନ ଦେବା ପ୍ରମୁଖ ।ଏହି କାର୍ଯ୍ୟକ୍ରମରେ ଝାରଖଣ୍ଡ, ପଶ୍ଚିମବଙ୍ଗ ଏବଂ ମୟୂରଭଂଜ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆଦିବାସୀ ଭାଇଭଉଣୀ ନିଜର ହକ ପାଇଁ ଛୁଟି ଆସିଥିଲେ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଆଦିବାସୀ ହୋ ସମାଜ ପରାମର୍ଶ ଦାତା ପ୍ରହଲ୍ଲାଦ ପୂର୍ତ୍ତି, ହୋ ସମାଜ ସଭାପତି ଅନିଲ ବିରୁଆ , ସର୍ବଭାରତୀୟ ସାର୍ନା ଧର୍ମ ଚେମେଡ ଆଶ୍ରାର ସଭାପତି ଶମ୍ଭୁ ମୁର୍ମୁ, ବିଜେଡି ରାଜ୍ୟ ସଂପାଦକ ଏବଂ ଆଦିବାସୀ ସେଲର ସଭ୍ଯ ଚକ୍ରଧର ହେମ୍ରମ, ଝାଡ଼ଖଣ୍ଡ ରାଜ୍ୟର ଦାସମାତ୍ ସୋରେନ, ବିନୋଦ ହାଁସଦା, ରବିଲୋଚନ ହାଁସଦା, ବିହାର ରାଜ୍ୟର ନାରାୟନ ହେମ୍ରମ, ଚୈତନ ହେମ୍ରମ, ପଶ୍ଚିମବଙ୍ଗର ଉଲା ହାଁସଦା ,ଶୁକରାମ ହେମ୍ରମ, ଆସେକାର ଜିତେନ୍ଦ୍ର ନାଥ ହାଁସଦା, ଅନନ୍ତ ହାଁସଦା, ସୁନ୍ଦର ମୋହନ ହେମ୍ରମ, ଚିକୁନ ଜେରାଇ,ଭାନୁମତି ମୁର୍ମୁ ଏବଂ ବହୁ ବୁଦ୍ଧିଜୀବୀ, ଲେଖକ,କବି,ଶିକ୍ଷାବିତ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ