ସାର ଦୋକାନ ଯାଞ୍ଚ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ସାରର ଅଭାବୀ ବିକ୍ରୀ ହେଉଥିବା ଅଭିଯୋଗ ଆସିବା ପରେ ଏବେ ପ୍ରଶାସନ ପକ୍ଷରୁ ଦୋକାନ ଗୁଡିକ ଯାଞ୍ଚ ଜୋରଦାର ହୋଇଛି। ଗତ ଦୁଇ ଦିନ ପୂର୍ବରୁ ଏଡିଏମ, ତହସିଲଦାର, ବିଡ଼ିଓ ପ୍ରମୁଖ ଅଧିକାରୀମାନେ ଭଣ୍ଡାରିପୋଖରୀ ବଜାର ସମେତ ସରସଦା, ପାଳଦାବାଙ୍କ ପ୍ରମୁଖ ସ୍ଥାନ ଯାଞ୍ଚ କରିଥିଲେ। ଆଜି ଅନୁରୂପ ଭାବେ କହରାପୋଖରୀ ସ୍ଥିତ ଏକ ସାର ଦୋକାନକୁ ଅଚାନକ ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସ ପରିଦର୍ଶନ କରି ଖାତାପତ୍ର ଯାଞ୍ଚ କରିଥିବା ଜଣାପଡ଼ିଛି। ଏହା ସହିତ କେତେ ପରିମାଣରେ ସାର ଗଛିତ ଅଛି ସେ ବିଷୟରେ ଶ୍ରୀ ଦାସ ତନଖି କରିଥିଲେ। ଏଥିରେ ସହକାରୀ କୃଷି ଅଧିକାରୀ ରାଧାରମଣ ମହନ୍ତ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ