ସାଲଖାନ୍ ମୁର୍ମୁଙ୍କ ମନ୍ତବ୍ୟକୁ ନିନ୍ଦା, କୁଡୁମି ସେନାର ଥାନାରେ ଏତଲା

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ସେଙ୍ଗଲ ଅଭିଯାନର ଅଧ୍ୟକ୍ଷ ସାଲଖାନ ମୁର୍ମୁ କୁଡୁମୀ ସମାଜ ପ୍ରତି ଦେଇଥିବା ମନ୍ତବ୍ୟକୁ ନିନ୍ଦା କରାଯିବା ସହ ସମାଜ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।କୁଡୁମୀ ଜାତିର ପରିସଂଖ୍ୟାନଗତ ସର୍ଭେ ପ୍ରତ୍ୟାହାର ପାଇଁ ଦାବି କରିବା ସହ ନିଜର ଅନୁଗତଙ୍କୁ ସବୁ ତହସିଲରେ ଏହା ବିରୋଧରେ ଅଭିଯୋଗପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାଣିଶୁଣି ଗଣ୍ଡଗୋଳ ଭିଆଇବା ପାଇଁ ସେ ଏଭଳି ମନ୍ତବ୍ୟ ଦେଇ କୁଡୁମୀ ସମାଜକୁ ନିନ୍ଦିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି । ପ୍ରତିବାଦରେ ଓଡ଼ିଶା କୁଡୁମୀ ସେନାର ରାଜ୍ୟ ସଂଯୋଜକ ଦୁଷ୍ମନ୍ତ ମହାନ୍ତ ଙ୍କ ନେତୃତ୍ୱରେ ଓଡ଼ିଶାକୁଡୁମି ସେନା ରାଜ୍ୟ ସଭାପତି ଦିବ୍ୟସିଂ ମହାନ୍ତ, ଖଗେଶ ଚନ୍ଦ୍ର ମହାନ୍ତ, ମହେଶ୍ୱର ମହାନ୍ତ, ଅଶୋକ କୁମାର ମହାନ୍ତ, ଅକ୍ଷୟ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତି ରେ କରଞ୍ଜିଆ ଥାନାରେ ଏକ ଏତଲା ଦାୟର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ