ସାଲମ ଜୀବନ ପକ୍ଷରୁ ଗୋଷ୍ଠୀ ଭିତ୍ତିକ ତମାଖୁ ସଚେତନତା କାର୍ଯ୍ୟକ୍ରମ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହର ହରିଜନ ସାହି ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଏକ ଗୋଷ୍ଠୀ ଭିତ୍ତିକ ତମାଖୁ ସଚେତନତା କାର୍ଯ୍ୟକ୍ରମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଲମ ଜୀବନ ପକ୍ଷରୁ ଅନୁଷ୍ଠିତ ହେଇଥିଲା । ତମାଖୁ ଜନିତ ଆର୍ଥିକ ସମସ୍ୟା ସମେତ ସ୍ୱାସ୍ଥ୍ୟ ସମସ୍ୟା ତଥା ମୁଖଗ୍ବହର କର୍କଟ,ହୃଦରୋଗ,ଉଞ୍ଚ ରକ୍ତଚାପ, ମଧୁମେହ ଓ ଫୁସଫୁସ୍ ରୋଗ ଉପରେ ଉପସ୍ଥିତ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ଫୋତଚିତ୍ର ଦେଖାଇ ସଚେତନ କରାଯାଇଥିଲା । ଇଗ୍ନୋ ସମାଜସେବା ବିଭାଗ ଫିଲ୍ଡ ୱର୍କ୍ ସୂପର୍ଭାଇସର୍ ତଥା ଗିନିଜ ବୁକ୍ ରେକର୍ଡ ଧାରି ଡକ୍ଟର ମହମ୍ମଦ ଇମ୍ରାନ ଅଲ୍ଲୀଙ୍କ ତତ୍ତ୍ଵାବଧାନରେ କ୍ଷେତ୍ର ପ୍ରଶିକ୍ଷଣ ନେଉଥିବା ତଥା ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ଵ ବିଦ୍ୟାଳୟ ସ୍ନାତକୋତ୍ତର ସମାଜସେବା ଛାତ୍ର ଡି ଦେବହରି ରେଡ଼ି ଓ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ବବିତାରାଣୀ ପଣ୍ଡା ପ୍ରମୁଖ ତମାଖୁ ଜନିତ ସମସ୍ୟା ଉପରେ ଉପସ୍ଥିତ ମହିଳାଙ୍କ ସହ ଆଲୋଚନା କରି ଥିଲେ । ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ସହାୟିକା ଶୈଳ ଶତପଥୀ,କୁନ୍ତଳା ନାୟକ, ମିତା ନାୟକ, ଗୁନୀ ନାୟକ, ସୁଜ୍ଞାନି ନାୟକ, ମିନି ନାୟକ, ଅମିତା ନାୟକ, କୁନି ନାୟକ, ଲକ୍ଷ୍ମୀ ନାୟକ, କୁମାରୀ ନାୟକ ଓ ଅର୍ଜୁନ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ଓ ପୂର୍ଣ୍ଣିମା ନାୟକ ପରିଚାଳନା କରିଥିଲେ ।


