ସାଲେପୁର ବଜାରରୁ ପିଆଜ ଚୋରି

ଦୋକାନ ତାଡି ପିଆଜ ନେଇଗଲେ ଚୋର । ଆପଣଙ୍କୁ ନିଶ୍ଚିତ ଭାବେ ମନରେ ସଙ୍କା ଉପୁଜିଥିବ । ହେଲେ ଏହି ଘଟଣାଟି ସଂମ୍ପୂର୍ଣ୍ଣ ସତ୍ୟ । କଟକ ଜିଲ୍ଲା ସାଲେପୁରର ରାଇସୁଙ୍ଗୁଡ଼ା ବଜାରରେ ଏପରି ଘଟଣା ଘଟିଛି । ସାଧାରଣତ ସମସ୍ତଙ୍କ ଘରେ ଆଳୁ ଓ ପିଆଜ ନିତାନ୍ତ ଭାବେ ବ୍ୟବହାର କରାଯାଇଥାଏ । ଆଳୁ ଅଧିକ ବ୍ୟବହାର କରାଯାଉଥିବା ବେଳେ ପିଆଜ ଗୋଟିଏ ଠାରୁ ଆରମ୍ଭ କରି ୫ ଟି ଲେଖାଏଁ ରୋଷେଇ ଅନୁଯାୟୀ ପିଆଜ ବ୍ୟବହାର କରାଯାଇଥାଏ ।କିନ୍ତୁ ପରିବା ବଜାରରେ ଆଳୁ କିଲୋ ପିଛା ୨୦ ଟଙ୍କା ଦର ରହିଥିବା ବେଳେ ପିଆଜ ଦର ରହିଛି ଆକାଶ ଛୁଆଁ । କଟକ ବଜାରରେ ଛୋଟ ପିଆଜ କିଲୋ ପିଛି ୮୦ ରୁ ୧୦୦ ଟଙ୍କା ବିକ୍ରି କରାଯାଉଥିବା ବେଳେ ବଡ ପିଆଜ କିଲୋ ୧୨୦ ଟଙ୍କା ଠାରୁ ଆରମ୍ଭ କରି ୧୫୦ ଟଙ୍କା ପର୍ଯ୍ୟନ୍ତ ଛୁଇଁଲାଣି । ଖାଉଟି ବ୍ୟବହାର କରୁଥିବା ପିଆଜ ବର୍ତ୍ତମାନ କମାଇଦେଇଛନ୍ତି ।ଅର୍ଥାତ୍ ଯେଉଁମାନେ କିଲୋ ପିଆଜ ନେଉଥିଲେ ସେମାନେ ବର୍ତ୍ତମାନ ପାଉଡି ପିଆଜ ନେଉଛନ୍ତି । ସାଧାରଣ ଖାଉଟି କାର୍ତ୍ତିକ ମାସ ଭଳି ବିନା ପିଆଜରେ ଚଳିବାକୁ ପଡୁଛି । କିନ୍ତୁ ଆପଣ ମାନେ ସୁନା ରୁପା ମୁଲ୍ୟବାନ ଧାତୁ ଚୋରି ହୋଇଥିବା ର ଶୁଣିଥିବେ କିନ୍ତୁ ପିଆଜର ଦର ସୁନା ରୁପା ଠାରୁ ଦର କମ ରହିଛି ସତ କିନ୍ତୁ ସାଲେପୁର ରାଇସୁଙ୍ଗୁଡା ବଜାରରେ ପିଆଜ ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।ଅନ୍ୟ ପଟେ ଗ୍ରାହକ ମାନେ ପିଆଜ ପାଇଁ ଚିନ୍ତିତ ରହିଥିବା ବେଳେ କେବେ ବଜାରକୁ ସୁଲଭ ଦରରେ ପିଆଜ ଆସିବ ତାହାର କିଛି ସଠିକ ଦେଇପାରୁନାହାନ୍ତି ତଥ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ