ସାହସପୁର ସମବାୟ ସମିତିର ସଭାପତି ହେଲେ କୈଳାଶ ପାତ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ସାହାସପୁର ଓ ଚୁଡ଼ଙ୍ଗପୁର ସେବା ସମବାୟ ସମିତିର ସଭାପତି ଭାବରେ ସାହସପୁର ସମିତି ସଭ୍ୟ ପ୍ରତିନିଧି କୈଳାଶ ପାତ୍ର ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିବା ଜଣାପଡିଛି । ଖବରନୁଯାୟୀ 27 ତାରିଖରେ ସଭାପତି ପଦବୀ ପାଇଁ କୈଳାଶ ପାତ୍ର ନିର୍ଦ୍ଧାରିତ ସମୟ ସାଢେ ୧୦ ଟାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଏହି ପଦବୀ ପାଇଁ କୈାଣସି ପ୍ରତିଦ୍ବନ୍ଦୀ ନିଜର ନାମାଙ୍କନ ପତ୍ର ଦାଖଲ କରିନଥିବା ଫଳରେ ସମ୍ପାଦକ ନାରାୟଣ ରାଉଳ ହରିବନ୍ଧୁଙ୍କୁ ନିର୍ଦ୍ବନ୍ଦ୍ବରେ ବିଜୟୀ ଘୋଷଣା କରାଯାଇଥିବା ଦାୟିତ୍ଵରେ ରହିଥିବା ନିର୍ବାଚନ ଅଧିକାରୀ ପ୍ରମୋଦ ପ୍ରଧାନ ସୂଚନା ଦେଇଛନ୍ତି । ଏହାପରେ ସମସ୍ତ ସଭାପତିଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜ୍ଞାପନ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ନବ ନିର୍ବାଚିତ ସଭାପତି ସମସ୍ତ ଚାଷୀ ଓ ଡାଇରେକ୍ଟର ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସହଯୋଗ କାମନା କରିଥିଲେ । ସମବାୟ ସମିତିର ନିର୍ଦ୍ଧେଶକ ଲିଙ୍ଗା ରାଉଳ, ସିମାଞ୍ଚଳ ରାଉଳ, ସଂଯୁକ୍ତା ପାଣିଗ୍ରାହୀ, ଲଷ୍ମୀ ପାତ୍ର, ଉତ୍ତମ ମହାନ୍ତି, ପ୍ରତିମା ସ୍ୱାଇଁ, କୁରେଶ ବେହେରା, ସାହସପୁର ସରପଞ୍ଚ ସୁଶାନ୍ତ ସେଠି, ଚୁଡ଼ଙ୍ଗପୁର ସରପଞ୍ଚ ଜାଗିଲି ସେଠି ଙ୍କ ସମେତ ଅନେକ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l


