ସାହାଡା ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ରାଇରଙ୍ଗପୁର ଟାଉନ ପୋଲିସ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନାଠାରୁ ଅଳ୍ପ ଦୂରରେ କୁଚେଈବୁଢି ପୂର୍ଣେଶ୍ବର ମନ୍ଦିର ଓ ଗ୍ରାମ ଦେବତୀ ପୀଠ ପାଖ ସାହାଡା ଗଛରେ ଝୁଲନ୍ତା ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ସୂଚନାଯୋଗ୍ୟ ଵହଳଦା ବ୍ଲକର ହଳଦିବଣି ଗ୍ରାମର ବାବୁଲାଲ ଖୁଣ୍ଟିଆ(୩୫) ଏବଂ ତାଙ୍କର ସମରଦଫାର ବଡଗାଁ ୟୁପି ସ୍କୁଲର ଶିକ୍ଷା ସହାୟିକା ପତ୍ନୀ ସରସ୍ବତୀ ତିରିଆ ରାଇରଙ୍ଗପୁର ମୁର୍ମୁ ଛକରେ ଜନୈକ ଘରେ ଭଡା ରହନ୍ତି ।ଗୁରୁବାର ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ ।ତାଙ୍କର ଏକମାତ୍ର ୪ବର୍ଷର ଝିଅ ଅଛି । ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକେ ଗଛରେ ଝୁଲନ୍ତା ଶବ ଦେଖି ପୋଲିସକୁ ଖବର ଦେଇଥିଲେ ।ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଆସି ମୃତକକୁ ଗଛରୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିଲେ । ଘଟଣାସ୍ଥଳରେ ମୃତକର ସ୍ତ୍ରୀ ର ବୁକୁଫଟା କାନ୍ଦରେ ଏକ ଶୋକାକୁଳ ପରିବେଶ ହୋଇଥିଲା ।ଏହାକୁ ନେଇ ପୋଲିସ ଏକ ଅପମୃତ୍ଯୁ ମାମଲା କେଶ ନମ୍ବର ୨୨/୨0 ରୁଜୁ କରି ଶବ ବ୍ଯଵଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠଇ ଘଟଣାର ଛାନଭିନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ