ସାହାଯ୍ୟ କଲା ବି ଜେ ପି ର ସହାୟ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):ଗତକାଲି ଆଙ୍କୁଲୀ ଗ୍ରାମବାସୀ ୩୮ ନଂ ୱାର୍ଡ ର ଅକ୍ଷୟ ପଟ୍ଟନାୟକ ଟାଟା କୋଭିଡ୍ ହସ୍ପିଟାଲ୍ ରେ ମୃତ୍ୟୁ ବରଣ କରିଛନ୍ତି । ମୃତ ଅକ୍ଷୟ ପଟ୍ଟନାୟକ ଏମ୍.କେ.ସି.ଜି ରୁ ଟାଟା କୋଭିଡ୍ ହସ୍ପିଟାଲ୍ କୁ ସ୍ତାନାନ୍ତର ହୋଇଥିଲେ । ଗତ ଅଗଷ୍ଟ ୧୫ ତାରିଖରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ବିଭୂତି ଭୂଷଣ ଜେନା ,ଶ୍ରୀ କାହ୍ନୁ ଚରଣ ପତି ଙ୍କ ନେତୃତ୍ୱରେ କୋରନା ମହାମାରୀ ରେ ସାଧାରଣ ଲୋକ ଙ୍କ ସେବା ନିମନ୍ତେ ଏକ ଆପ୍ ସହାୟ ଜାରୀ କରାଯାଇଥିଲା ।କୋରନା ମହାମାରୀ ସମୟରେ ଏହି ଆପ୍ ଜରିଆରେ ସାଧାରଣ ଲୋକ ନିଃଶୁଲ୍କ ଡାକ୍ତରୀ ପରାମର୍ଶ ,ଔଷଧ ବିତରଣ ,ଆମ୍ବୁଲାନ୍ସ ସେବା ସହ ମହାପ୍ରୟାଣ ଗାଡି ର ବ୍ୟବସ୍ଥା ହୋଇଛି । ଏହି ଆପ୍ ମାଧ୍ୟମରେ ମୃତ ଅକ୍ଷୟ ପଟ୍ଟନାୟକ ପରିବାର ଲୋକେ ଆମ୍ଭ ମହାପ୍ରୟାଣ ଟିମ୍ ସହ ଯୋଗାଯୋଗ କରିଥିଲେ । ସଙ୍ଗେ ସଙ୍ଗେ ଏହି ଟିମ୍ ଟାଟା କୋଭିଡ୍ ହସ୍ପିଟାଲ୍ ରେ ପହଂଚି ଥିଲେ । ସେଠାରେ ପହଂଚି ଯାଣିବାକୁ ପାଇଲୁ ଯେ ବହୁତ ଅର୍ଥ ଖର୍ଚ୍ଚ ହେଇଥିଲେ ମଧ୍ୟ ଶବ ଦାହ ପାଇଁ କର୍ମଚାରୀ ର ଅଭାବ ଅଛି । ଏଣୁ ସହାୟ ମହାପ୍ରୟାଣ ଟିମ ର ସଦସ୍ୟ ଏନ୍ .ରାଜେନ୍ଦ୍ର କୁମାର ,କିରଣ କୁମାର ସାହୁ , ମଧୂସୁଦନ ସାହୁ , ଶିବ ଶଙ୍କର ନାୟକ , ତୁମ୍ବେଶ୍ୱର ନାୟକ ,ରବିନ୍ କୁମାର ସାହୁ , ସନ୍ତୋଷ ବେହେରା ପ୍ରମୂଖ ଶ୍ମଶାନ ରେ ଉପସ୍ଥିତ ରହି ଶବ ଦାହ କରିଥିଲେ । ଏହି ସବୁ କାର୍ଯ୍ୟ କୁ ସହାୟ ଆପ ର ସଂଯୋଜକ ଶିବ ପ୍ରସାଦ ପାତ୍ର ସଂଯୋଜନା କରିଥଲେ । କାର୍ଯ୍ୟକର୍ତା ଙ୍କ ଏହି ସେବା କାର୍ଯ୍ୟକୁ ଶ୍ରୀ ଜେନା ଭୂୟଷୀ ପ୍ରଶଂଶା କରିଥିଲେ |


