ସାହାସପୁର ଯୁବସଂଘ ର ରକ୍ତଦାନ ଶିବିର

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକଅନ୍ତର୍ଗତ ସାହସପୁର ଗ୍ରାମର ଯୁବକ ମାନେ ସଂଘବଦ୍ଧ ଭାବେ ଏକତ୍ରିତ ହୋଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି | ନୂତନ ଭାବେ ସାହସପୁର ଯୁବକ ସଂଘ ଗଠନ ସହ ସମିତିସଭ୍ୟ ଏ ରାଜେଶ ଦୋରାଙ୍କ ସଂଯୋଜନା ରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହ ୪୨ ୟୁନିଟ ରକ୍ତଦାନ କରି ଗ୍ରାମାଞ୍ଚଳ ରେ ରକ୍ତଦାନ ର ବାର୍ତ୍ତା କୁ ପହଞ୍ଚାଇଛନ୍ତି | ସାହସପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ମୁଖ୍ୟଅତିଥି ସମାଜସେବୀ ଚନ୍ଦ୍ରପ୍ରଭା ବିଶ୍ୱାଳ ସମ୍ମାନିତ ଅତିଥି ସାମାଜିକକର୍ମୀ କେ କାହ୍ନୁ ଦୋରା ସହଦେଵ ଦୋରା ବଳିଆ ଦୋରା ତ୍ରିପତି ପାତ୍ର ରଞ୍ଜନ ଦୋରା ଏ ବୁଲୁ ପାତ୍ର  ଜି କପିଳାସ ଦୋରା ପି ମାଧବ ଦୋରା ପ୍ରମୁଖ ଯୋଗ ଦେଇଥିଲେ | ବ୍ରହ୍ମପୁର ରକ୍ତଭଣ୍ଡାର ର ଚିନ୍ମୟ ବେହେରା ଦିବାକର ତ୍ରିପାଠୀ ଡ଼ି କ୍ରିଷ୍ନା ରେଡି ରାମହରି ପଣ୍ଡା ବାବୁନି ବେହେରା ଡ଼ି ବି କାରକି ପ୍ରମୁଖ ସହଯୋଗ କରିଥିଲେ ଓ ଗ୍ରାମାଞ୍ଚଳ ରେ ରକ୍ତଦାନ କୁ ତ୍ୱରାନ୍ୱିତ କରିବାକୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ. ସମସ୍ତଙ୍କୁ ଏରାଜେଶ ଦୋରା ଧନ୍ୟବାଦ ଦେଇଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ