ସାହା -ପାଠଶାଳା ର ଉଦଘାଟନ

ଗଂଜାମ, (ଯୁଗାବ୍ଦ ନ୍ୟୁଜ) :-କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ସ୍କୁଲ ଗୁଡିକ ବନ୍ଦ ରହିବା ଫଳରେ ପ୍ରାଥମିକ ସ୍ତରରେ ଶିକ୍ଷା ଲାଭ କରୁଥିବା ଶିକ୍ଷାର୍ଥୀ ମାନେ ବହୁତ ପ୍ରଭାବିତ ହୋଇଛନ୍ତି l ବିଶେଷ ରେ ଗ୍ରାମାଞ୍ଚଳ, ବସ୍ତି ର ବାସ କରୁଥିବା ଆର୍ଥିକ ଅନାଟନ, ନିରକ୍ଷରତା ପୁଣି ଦରିଦ୍ର ର ସୀମାରେଖା ତଳେ ରହିଥିବା ସାଧାରଣ ଜନତା ନିଜର ପିଲାମାନଙ୍କୁ ନିଜେ ଘରେ ପଢାଇବା କିମ୍ଵା ଅର୍ଥ ବ୍ୟୟ କରି ଟ୍ୟୁସନ ପଢାଇବା କୁ ଅସମର୍ଥ l ବସ୍ତି ଓ ଗ୍ରାମାଞ୍ଚଳ ର କ୍ଷୁଦ୍ର ଚାଷୀ, ନିତିଦିନିଆ ଶ୍ରମିକ ଶ୍ରେଣୀର ପରିବାର ର ପିଲାମାନଙ୍କୁ ବୈଦ୍ଧିକ, ମାନସିକ ଓ ନୈତିକ ଭାବରେ ଶିକ୍ଷିତ ଓ ସଶକ୍ତ କରାଇବା.. ସେମାନଙ୍କର ଲୁକ୍କାୟିତ ପ୍ରତିଭା କୁ ବିକଶିତ କରେଇବା ଦିଗରେ ପ୍ରୟାସ କରିବା ଏବଂ ଉତ୍ତମ ଶିକ୍ଷା ଦେଇ ପିଲାମାନଙ୍କୁ ଜଣେ ଭଲ ମଣିଷ ହେବା ନିମନ୍ତେ ଠିଆ କରାଇବା ନିମନ୍ତେ ସମାଜସେବୀ ଲେନାଚାନ୍ଦ, ସ୍ଥାନୀୟ କୁକୁଡାଖଣ୍ଡି ବ୍ଲକ ର ବେନ୍ଦାଳିଆ ଗ୍ରାମର ହରିଜନ ବସ୍ତିରେ ନିଜସ୍ୱ ପ୍ରୟାସ ରେ “ସାହା -ପାଠଶାଳା ” ନାମକ ଏକ ମୁକ୍ତ ପାଠଶାଳା ର ପ୍ରାରମ୍ଭ କରିଛନ୍ତି l ଏହି ପାଠଶାଳା ଏକ ଫ୍ରି ଟ୍ୟୁସନ ପରି ପ୍ରାରମ୍ଭିକ ଭାବରେ କାର୍ଯ୍ୟ କରିବ ଏବଂ ପ୍ରତିଦିନ ସଂନ୍ଧ୍ୟା ରେ ପିକଅମାନଙ୍କୁ ଶିକ୍ଷା ଦିଆଯିବା ସହ ନାଚ, ଗୀତ, ଗପ, ଯୋଗ ଓ ବ୍ୟାୟାମ ଓ ଖେଳ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷିତ କରାଯିବ.. ପିଲାମାନଙ୍କ ନିମନ୍ତେ ମୁକ୍ତ ଭାବରେ କିଛି ବହି, ଖାତା କଲମ ଓ ଶୁଖିଲା ଖାଦ୍ୟ ର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ପାଠଶାଳା ର ଶିକ୍ଷୟିତ୍ରୀ ସୁନିତା ଦାସ ମତ ଦେଇଛନ୍ତି l ଗଞ୍ଜାମ ଜିଲ୍ଲାରେ କିଛି ଗ୍ରାମ ଓ ବସ୍ତି ଗୁଡିକରେ ଦରିଦ୍ର ସୀମାରେଖା ତଳେ ପୁଣି ଦଳିତ ଅବହେଳିତ ପିଲାମାନଙ୍କ ମଧ୍ୟରେ ଶିକ୍ଷା ମାଧ୍ୟମରେ ସଚେତନ ଓ ଶିକ୍ଷିତ କରାଇବା ନିମନ୍ତେ ସାହା ସ୍ବେଛାସେବୀ ସଂଗଠନ ଆନୁକୂଲ୍ୟରେ ଏପରି ପ୍ରୟାସ ନିଶ୍ଚିତ ଭାବରେ ସମାଜରେ ଅନେକ କିଛି ପରିବର୍ତ୍ତନ ଆଣିବ ବୋଲି ସଂଗଠନ ର ନିର୍ଦେଶିକା ଲେନା ଚାନ୍ଦ ମତ ବ୍ୟକ୍ତ କରିଛନ୍ତି l ଏହି ପ୍ରକଳ୍ପ ଦ୍ୱାରା ଗାଁ ଗୁଡିକର ଶିକ୍ଷିତ ବେରୋଜଗାରୀ ମହିଳା ତଥା ଯୁବା ଝିଅ ମାନେ ଏହି ପାଠଶାଳ ରେ ଶିକ୍ଷା ଦାନ କରି ସଶକ୍ତ ହେବା ସଂଗେ ସଂଗେ ନିଜ ଅଂଚଳ ର ପିଲାମାନଙ୍କୁ ମଧ୍ୟ ଶିକ୍ଷିତ ଓ ସଚେତନ କରିବା ଦିଗରେ ସମର୍ଥ ହୋଇପାରିବେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ