ସାହିତି୍ୟକ ନାରାୟଣ ଚନ୍ଦ୍ର ଲେଙ୍କା ଙ୍କୁ କବି କୂଳମଣି ସମ୍ମାନ
ହାଟଡିହି, (ବିକାଶ ବିଶ୍ୱାଳ):ରବିବାର ଅଭିମନୁ୍ୟ ସାମନ୍ତ ସିଂହାର ସାହିତ୍ୟ ସୃଜନୀ ନୂଆଗାଁ ବଡ଼ଚଣା ଯାଜପୁର ଠାରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଓ ବନ୍ଧୁ ମିଳନ ଉସôବ ଅନୁଷ୍ଠିତ ହୋଇଯାଇଛି । ଅଶୋକ କୁମାର ସାମଲଙ୍କ ସଭାପତିତ୍ୱରେ ବିଶିଷ୍ଟ ପାଲାଗାୟକ ରଜନୀ କାନ୍ତ ପୃଷ୍ଟି, ପ୍ରଫେସର ପ୍ରମୋଦ କୁମାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଭିମନୁ୍ୟ ସାମାନ୍ତ ସିଂହାରଙ୍କ ସାହିତ୍ୟ ଉପରେ ଆଲୋଚନା କରିଥିଲେ । ସଂସଦର ସଭାପତି କବି ଶ୍ରୀକାନ୍ତ ପଣ୍ଡା, ସମ୍ପାଦକ ନଟବର ପ୍ରଧାନଙ୍କ ଉପସ୍ଥିତିରେ ହାଟଡିହି ଅଞ୍ଚଳର ବିଶିଷ୍ଟ ସାହିତି୍ୟକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ କବି କୂଳମଣି ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ସାରସ୍ୱତ ସାଧକମାନେ ଯୋଗଦେଇଥିଲେ ।