ସାହିତ୍ୟିକା ବନଜା ଡକ୍ଟର ଉପାଧିରେ ସମ୍ମାନିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାହିତ୍ୟିକା ବନଜା ବାସିନୀ ତ୍ରିପାଠୀଙ୍କୁ ଆନ୍ଧ୍ରର ଆର୍ଏସ୍ଏମ୍ ୟୁନ୍ୟୁଭର୍ସିଟିରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇଥିବା ଯୋଗୁଁ ତାଙ୍କୁ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ସମେତ ଆନ୍ଧ୍ରର ଚଳଚ୍ଚିତ୍ର ତାରକାମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରକାଶ ଥାଉକି, ଶ୍ରୀମତି ବନଜା ଦିର୍ଘ ଦିନ ହେଲା ମହିଳା, ଶିଶୁ ଓ ଅବହେଳିତ ସମାଜ ବିରୋଧରେ ବିଭିନ୍ନ ଲେଖାଲେଖି କରନ୍ତି । ସାହତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା ।


