ସାହିତ୍ୟ ଉତ୍ସବ ଉଦଘାଟିତ

କେନ୍ଦ୍ରାପଡା : ଡେଭଲପମେଂଟ ଫାଉଣ୍ଡେସନ ଆନୁକୁଲ୍ୟରେ ଗରାପୁରସ୍ଥିତ ହୋଟେଲ ଦି ପ୍ୟାଲେସ ପରିସରରେ ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ – ୨୦୨୦ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଡେଭଲପମେଂଟ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ଆବାହକ ଚୈାଧୁରୀ ଅମିତାଭ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି,ସ୍ତମ୍ବକାର ହର ପ୍ରସାଦ ଦାସ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି,ସ୍ତମ୍ବକାର ଦାଶ ବେନହୁର ଓ ସମ୍ମାନୀତ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କଥାକାର ଡଃ.ରାମ ଚନ୍ଦ୍ର ବେହେରା ଯୋଗଦେଇ କେନ୍ଦ୍ରାପଡା ସାହିତ୍ୟ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି ଓଡିଆ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଉତ୍ସବକୁ ଡଃ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ । ଦ୍ୱତୀୟ ଅଧିବେସନରେ କବୟତ୍ରୀ ନବଜ୍ୟୋତି ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ “ସାଧାରଣ ପାଠକ ବନାମ ଆଧୁନିକ କବିତା” ଶୀର୍ଷକ ଆଲୋଚନାଚକ୍ରରେ ବକ୍ତା ଭାବରେ ସେନାପତି ପ୍ରଦ୍ୟୁମ୍ନ କେଶରୀ, ରକ୍ଷକ ନାୟକ, ସୁରେଶ ନାୟକ, ଅମୀୟ ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ଅପରାହ୍ନରେ ତୃତୀୟ ଅଧିବେସନରେ କବି ପ୍ରଦୀପ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ “ ଆଧୁନିକ କଥା ସାହିତ୍ୟର କଳା କାରିଗରୀ ଓ ସମ୍ପ୍ରତିକ ଜୀବନବୋଧ” ଶୀର୍ଷକ ଆଲୋଚନାଚକ୍ରରେ ବକ୍ତା ଭାବରେ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ,ଡଃ.ଅଜୟ ସ୍ୱାଇଁ,ଡଃ. ଅରବିନ୍ଦ ରାୟ ଓ ଚିତ୍ତରଞ୍ଜନ ଚରଞ୍ଜିତ ଯୋଗଦେଇ “ ଆଧୁନିକ କଥା ସାହିତ୍ୟର କଳା କାରିଗରୀ ଓ ସମ୍ପ୍ରତିକ ଜୀବନବୋଧ” ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଏହାପରେ ଅମୀୟ ପାଣ୍ଡବଙ୍କ ସଂଯୋଜନାରେ ସାମାଜିକ ଗଣମାଧ୍ୟମ ଓ ସାହିତ୍ୟ ସମ୍ପର୍କରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଅଧ୍ୟାପକ ଜ୍ୟୋତି ନନ୍ଦ,କେଦାର ମିଶ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେଆଶୁ କବି ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ପ୍ରିୟରଞ୍ଜନ ମହାନ୍ତିଙ୍କ ସମେତ ବହୁ କବି ଓ କବୟତ୍ରୀମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାରସ୍ୱତ ଆସରରେ କେନ୍ଦ୍ରାପଡା ଇଭେଂଟ ମ୍ୟାନେଜର୍ସର ମୁଖ୍ୟ ଉପଦେଷ୍ଟା ତଥା କଥାକାର ଡଃ.ବିରଜା ପ୍ରସାଦ ରାଉତରାୟ, ସମ୍ପାଦକ ଏମଡି ଜାହିଦ ଖାନ, ସଭାପତି ଅକ୍ଷୟ କୁମାର ପାଣି, ଶେଷଦେବ ଦାସ, ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ସାହିତ୍ୟ ଉତ୍ସବ ଉଦଘାଟିତ
ସାହିତ୍ୟ ଉତ୍ସବ ଉଦଘାଟିତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ