ସାହିତ୍ୟ ଏକାଡେମୀର ଜାତୀୟ ଆଲୋଚନା ଚକ୍ର ଉଦଯାପିତ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ବାରିପଦା ଓ ସୀମାନ୍ତ ଯୁବ ମହୋତ୍ସବ ସମିତି ଝାରପୋଖରିଆ ର ମିଳିତ ସହଯୋଗ ରେ ‘ଲୋକସାହିତ୍ୟ, ଲୋକଜୀବନର ମୁକୁର ‘ ଶୀର୍ଷକ ରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ତିନି ଦିନ ଧରି ଚାଲିଥିବା ସୀମାନ୍ତ ଯୁବ ମହୋତ୍ସବ ର ତୃତୀୟ ଦିନରେ, ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ର ସଭାପତି ଡକ୍ଟର ସରୋଜ ନାୟକ ଙ୍କ ଅଧ୍ୟକ୍ଷତା ରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିବା l ଏହି ସଭାରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ଯୋଗଦେଇ ଏକାଡେମୀ ର ପ୍ରୟାସକୁ ଭୁୟସୀ ପ୍ରଶଂସା କରିବାସହ ନିଜ ନିବନ୍ଧ ପାଠ କରିଥିଲେ l ମୁଖ୍ୟବକ୍ତା ଭାବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ବାବରୁବାହନ ମହାପାତ୍ର ଯୋଗଦେଇ ଲୋକସାହିତ୍ୟ ଗବେଷଣା ର ଆବଶ୍ୟକୀୟ ଉପାଦାନ ବିଷୟରେ ଗବେଷକ ମାନଙ୍କୁ ଦିଗଦର୍ଶନ ଦେବା ସହ ନିଜ ନିବନ୍ଧ ପାଠ କରିଥିଲେ l ସମ୍ମାନିତ ଅତିଥିଭାବେ ଝାରଖଣ୍ଡ ର ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ଡକ୍ଟର ଦିନେଶ ଷଡ଼ଙ୍ଗୀ, ସଢ଼େଇକଳା ର ଅତନୁ କବି,ବରିଷ୍ଠ ସାହିତ୍ୟିକ ବୃନ୍ଦାବନ ଦାଶ,ପ୍ରଫେସର ଜଗତବନ୍ଧୁ ଆଚାର୍ଯ୍ୟ,ଖୋର୍ଦ୍ଧା ଜଟଣୀ ରୁ କୁଞ୍ଜବିହାରୀ ପାଢ଼ୀ, ସୀମାନ୍ତ ଯୁବ ମହୋତ୍ସବ ସମିତି ର ସଭାପତି ଅଶୋକ ପୁଷ୍ଟି,କବି ଅମିତାଭ ମିଶ୍ର ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଜାତୀୟ ଆଲୋଚନା ଚକ୍ର ର ଆବାହକ ଅଧ୍ୟପକ ଶିଶିର କୁମାର ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଥୋମାସ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l କି ନୋଟ ବକ୍ତା ଭାବେ ପ୍ରଫେସର ଡକ୍ଟର କୁଞ୍ଜବନ ପୁଷ୍ଟି ଯୋଗ ଦେଇ, ନିଜ ବକ୍ତବ୍ୟ ରେ ଆଲୋଚ୍ୟ ଶୀର୍ଷକରେ ସବିଶେଷ ଆଲୋଚନା କରିବା ସହ ନିବନ୍ଧ ଉପସ୍ଥାପନ କରିଥିଲେ lବିଭିନ୍ନ ବୈଷୟିକ ଅଧିବେଶନରେ ପ୍ରଫେସର ଡକ୍ଟର ତ୍ରିନାଥ ମଲ୍ଲିକ, ଡକ୍ଟର ଦିଗମ୍ବର ଗିରି, ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟ ସଭାପତିତ୍ୱ କରି ନିବନ୍ଧ ଗୁଡିକର ସମୀକ୍ଷା କରିଥିଲେ l ପ୍ରଫେସର ଡକ୍ଟର ନିର୍ମଳ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପେନାଲ ଆଲୋଚନା ଚକ୍ରରେ ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଜିତ ପାତ୍ର, ପଦ୍ମନାଭ ସାହୁ, ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସଞ୍ଜୟ ଚୌଧୁରୀ, ଡକ୍ଟର କୁମାର ବାବୁଲି ଅଧ୍ୟାପକ ଥୋମାସ ମାରାଣ୍ଡି, ସୁଜାତା ପଟ୍ଟନାୟକ,ସ୍ୱପ୍ନେଶ୍ଵରୀ ମୁର୍ମୁ, ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଉଦଯାପନ ସଭା ରେ ପୂର୍ବତନ ବିଧାୟକ ଡକ୍ଟର ବୁଢାନ ମୁର୍ମୁ ଯୋଗଦେଇ ପୂର୍ବରୁ ଆୟୋଜିତ ଜାତୀୟ ଆଲୋଚନା ଚକ୍ର ର ମଧୁର ସ୍ମୃତିଚାରଣ କରିବା ସହ ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ର ଉଦ୍ୟମ ସାହିତ୍ୟିକ ମାନଙ୍କ ମାଧ୍ୟ୍ୟରେ ନୂତନ ପ୍ରେରଣା ସୃଷ୍ଟି କରିବ ବୋଲି ବକ୍ତବ୍ୟ ରଖିଥିଲେ l ଏହି ଆଲୋଚନା ଚକ୍ର ରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ର ପ୍ରଫେସର, ଅଧ୍ୟାପକ ଗବେଷକଙ୍କ ସହିତ ବିଶିଷ୍ଟ ସାହିତ୍ୟିକ ମାନେ ଯୋଗଦେବା ସହ ନିବନ୍ଧ ଉପସ୍ଥାପନ କରିଥିଲେ l ଏଥିରେ ମୋଟ ବତିଶ ଟି ନିବନ୍ଧ ଉପସ୍ଥାପନ ପାଇଁ ଗ୍ରହଣ କରାଯାଇଥିଲା l ଏହି ଅବସରରେ ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ତରଫରୁ ବିଶିଷ୍ଟ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା କ୍ରମରେ ବାଲେଶ୍ୱର ରେ କାର୍ଯ୍ୟରତ ରୁଦ୍ରରଞ୍ଜନ ଶେଜପଡା ମାନସ କୁମାର ସେନାପତି ବାରିପଦା ର ମନୋଜ ଦଳବେହେରା,ଅଜିତ କବାଟ, ଡକ୍ଟର ଶଶୀଧର ବିଶ୍ୱାଳ ରାଇରଙ୍ଗପୁର ର ଡକ୍ଟର ଦିଗମ୍ବର ଗିରି, କରଞ୍ଜିଆ ର ନବ କୁମାର ଦାସ,ଉଦଳା ର ଶୁଶାନ୍ତ ବେହେରା, ବେତନଟୀ ର ନିରୋଦ ସୁନ୍ଦର ଜେନା, ଦେଉଳିରୁ ଗୋପାଳଚନ୍ଦ୍ର ସାହୁ, ସରସକଣା ରୁ ଏକାଦଶୀ ମହାନ୍ତ, ସିଉଲାଲ ମହାନ୍ତ, କୋଷ୍ଠl ର ଡକ୍ଟର ସଂଜୀବ ପାଣିଗ୍ରାହୀ ପ୍ରମୁଖଙ୍କୁ ମାନପତ୍ର ଉପଢୌକନ ଓ ଡକ୍ଟର ସରୋଜ ବୀ ନାୟକଙ୍କ ଲିଖିତ ପୁସ୍ତକ ‘ସଂଗ୍ରାମ ର ଆହ୍ୱାନ’ ପ୍ରଦାନ କରାଯାଇଥିଲା ।ଉକ୍ତ ଜାତୀୟ ସ୍ତରର ଆଲୋଚନା ଚକ୍ରରେ ସୀମାନ୍ତ ମହାବିଦ୍ୟାଳୟ ଓ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟରୁ ୧୦୦ରୁ ଉର୍ଦ୍ଧ୍ବ ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଶେଷରେ ସୀମାନ୍ତ ୟୁବ ମହୋତ୍ସବ ପ୍ରମୁଖ ମଳୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୀମାନ୍ତ ମହାବିଦ୍ୟାଳୟ ଝାରପୋଖରିଆ, ଓ ଲଷ୍ମୀକାନ୍ତ ମହାବିଦ୍ୟାଳୟ ବାଙ୍ଗରିପୋଷୀର ବହୁ ଛାତ୍ର ଛାତ୍ରୀଙ୍କ ସମେତ ପ୍ରାୟ ପାଞ୍ଚ ଶହ ଲୋକଙ୍କର ସମାଗମ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ