ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର

ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ବୀରେନ୍ଦ୍ର କୁମାର ସାମନ୍ତରାୟ ପାଇବେ ବାଲ ସାହିତ୍ୟ ପୁରସ୍କାର । ସାହିତ୍ୟ ସମାଲୋଚନା ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଶିଶିର ବେହେରାଙ୍କୁ ଯୁବ ପୁରସ୍କାର
୨୦୧୯ ବର୍ଷ ପାଇଁକେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ନିମନ୍ତେ ୨୨ ଜଣ ଏବଂ ଯୁବ ପୁରସ୍କାର ଲାଗି ୨୩ ଜଣ ଲେଖକଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କ ନାମ ବାଲ ସାହିତ୍ୟ ପୁରସ୍କାର-୨୦୧୯ ନିମନ୍ତେ ଘୋଷଣା କରାଯାଇଛି । ଅନୁରୂପ ଭାବେ ଓଡ଼ିଆସାହିତ୍ୟ ସମାଲୋଚନାଧର୍ମୀ ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଶିଶିର ବେହେରା ଚଳିତଥର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବା ନିମନ୍ତେ ମନୋନିତ ହୋଇଛନ୍ତି ।
ଆଜି ଅଗରତାଲା ଠାରେ ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା । ଏଥିରେ ପୁରସ୍କାର ବିଜେତାମାନଙ୍କ ନାମକୁ ଅନୁମୋଦନ କରାଯାଇଥିଲା । କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପୁରସ୍କାର ଚୟନ ପାଇଁ ଏକାଡେମୀର ନିର୍ଦ୍ଦିଷ୍ଟ ନିୟମ ଏବଂ ପଦ୍ଧତି ରହିଛି । ତଦନୁଯାୟୀ ବିଭିନ୍ନ ଭାଷାରେ ତିନି ଜଣ ଲେଖାଏଁ ସଦସ୍ୟଙ୍କୁ ନେଇ ବିଚାରକ ମଣ୍ଡଳୀ ପୁରସ୍କାର ବିଜେତାମାନଙ୍କ ନାମ ଚୟନ କରିଥିଲେ ।ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ, ବିଚାରକମାନଙ୍କ ସର୍ବସମ୍ମତି/ସଂଖ୍ୟାଗରିଷ୍ଠ ମତ ଆଧାରରେ କାର୍ଯ୍ୟନିର୍ବାହୀ ପରିଷଦ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ । କେବଳ ମୈଥିଳୀ ଭାଷାରେ ପୁରସ୍କାର ଘୋଷଣା ପରବର୍ତୀ ତାରିଖରେ କରାଯିବ ।
ବାଲ ସାହିତ୍ୟ ପୁରସ୍କାର ପାଇଁ, ପୁରସ୍କାର ବର୍ଷର ପୂର୍ବବର୍ତୀ ୫ ବର୍ଷ (୧ଜାନୁଆରୀ ୨୦୧୩ରୁ ୩୧ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ) ମଧ୍ୟରେ ପ୍ରକାଶିତ ପୁସ୍ତକକୁ ବିବେଚନା କରାଯାଇଥାଏ । ତେବେ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ପୁରସ୍କାର ପାଉଥିବା ବର୍ଷର ପୂର୍ବ ୧୦ ବର୍ଷ (୨୦୧୦ରୁ ୨୦୧୯) ମଧ୍ୟରେ ଲେଖକଙ୍କ କୃତିକୁ ଦେଖି ମଧ୍ୟ ଏହି ପୁରସ୍କାର ଦିଆଯାଇଥାଏ ।
ଚଳିତ ଥର ୧୧ଟି କବିତା ପୁସ୍ତକ, ୬ଟି କ୍ଷୁଦ୍ର ଗଳ୍ପ, ୫ଟି ଉପନ୍ୟାସ ଏବଂ ଗୋଟିଏ ସାହିତ୍ୟ ସମାଲୋଚନା ପୁସ୍ତକ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୧୯ ପାଇଁ ଚୟନ କରାଯାଇଛି । ପୁରସ୍କାର ବର୍ଷର ଜାନୁଆରୀ ପହିଲା ପୂର୍ବରୁ ୩୫ ବର୍ଷ କିମ୍ବା ତା’ଠାରୁ କମ ବୟସର ଲେଖକମାନଙ୍କର ପୁସ୍ତକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।
ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ନିର୍ଦ୍ଧାରିତ ତାରିଖରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ସ୍ୱରୂପ ଏକ ତାମ୍ର ଫଳକ ଏବଂ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ