ସାହିତ୍ୟ ଘର ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ
ଭାପୁର (ଯୁଗାବ୍ଦ ନ୍ୟୁଜ୍): ଉକ୍ରଳ ଜନନୀକୁ ପରାଧୀନତାରୁ ମୁକୁଳାଇବାସହ ଓଡ଼ିଶା ଓ ଓଡ଼ିଆ ଭାଷାକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଉକ୍ରଳ ଗୌରବ ମଧୁସୂଦନ ଦାସ । ତାଙ୍କର ଅକ୍ଲାନ୍ତ ପ୍ରଚେଷ୍ଟା ପାଇଁ ଆଜି ଓଡ଼ିଆ ଜାତି ଗର୍ବିତ । ଓଡ଼ିଶାର ମାଟି, ଭାଷା, ଐତିହ୍ୟ, ସଂସ୍କୃତିକୁ ନେଇ ଗର୍ବ କରୁଥିବା ପ୍ରତିଟି ଓଡ଼ିଆଙ୍କ ମନରେ ସେହି ମହାପୁରୁଷ ମଧୁସୂଦନ ଚିର ସ୍ମରଣୀୟ ହୋଇ ରହିଛନ୍ତି । ଆଜି ଏହି ମହାପୁରୁଷଙ୍କର ୧୭୧ ତମ ଜନ୍ମ ଜୟନ୍ତୀ ସାରା ରାଜ୍ୟରେ ପାଳିତ ହେଉଥିବାବେଳେ ଭାପୁର ବ୍ଲକ୍ର ସାହିତ୍ୟ ଘର ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟିକ, ଭାଷ୍ୟକାର, ଲେଖକ, କବି ଯୋଗ ଦେଇ ମଧୁସୂଦନଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଭାପୁର ନୋଡାଲ ସ୍କୁଲ୍ ପରିସରରେ ଅନୁଷ୍ଠିତ ଏହି ସ୍ୱାଭିମାନ ଦିବସ ପାଳନ କାର୍ଯ୍ୟକ୍ରମରେ ନାରାୟଣ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଭାଷ୍ୟକାର ମନୋଜ କୁମାର ଶତପଥି, ଜଗନ୍ନାଥ ବାରିକ, ପ୍ରଫୁଲ୍ଲ କୁମାର ମହାନ୍ତି, ବିରଞ୍ଚି ପଟ୍ଟନାୟକ, ବିପିନ ସାହୁଙ୍କ ସମେତ ବହୁ ଭାଷାପ୍ରେମୀ ଓଡ଼ିଆ ଭାଷାର ମହାନୀୟତା ସମ୍ପର୍କରେ ଆଲୋକପାତ କରିôତଲେ । ପ୍ରଭାତୀ ମହାପାତ୍ର ପ୍ରଥମେ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ସାହିତ୍ୟ ଘର ସହ ସମ୍ପାଦକ ନିତ୍ୟାନନ୍ଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଭାଷାବିତ୍ କାର୍ତ୍ତିକ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସମୀକ୍ଷକ ଦାୟିତ୍ୱ ତୁଲାଇଥିଲେ । ନିଜ ମାଟି ମା ଏବଂ ଭାଷା ଯୋଗୁଁ ପ୍ରତିଟିସ୍ୱାଭିମାନୀ ଓଡ଼ିଆ ନିଜର ସ୍ୱତନ୍ତ୍ର ପରିଚୟ ପାଇଥିବାବେଳେ ଆଜି ଓଡ଼ିଆ ସାହିତ୍ୟକୁ ପ୍ରତିଷ୍ଠିତ କରିବାରେ ସମସ୍ତଙ୍କର ମୂଲ୍ୟବାନ ଦାୟିତ୍ୱ ରହିଛି ବୋଲି ସାହିତ୍ୟିକମାନେ ଆହ୍ୱାନ ଦେଇଥିଲେ ।