ସାହିତ୍ୟ ପତ୍ରିକା “ବସୁମତୀ”ର ଲୋକାର୍ପଣ ଓ କବିତା ପାଠୋତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସାହିତ୍ୟ ଅଂଚଳ -ଅଂଚଳ ମଧ୍ୟରେ ସାମାଜିକ ସଂହତି ଓ ଭାବଗତ ଏକତା ପ୍ରତିଷ୍ଠା କରିଥାଏ । ପତ୍ରିକା ସମ୍ପାଦକମାନେ ଏକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ବୋଲି ସୁଦୂର କୋରାପୁଟର ଜୟପୁରରୁ ପ୍ରକାଶିତ ଓଡିଆ ସାହିତ୍ୟ ଓ ସଂସ୍କୃତିର ମୁଖପତ୍ର “ବସୁମତୀ”ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡାରୁ ପ୍ରକାଶିତ ସାହିତ୍ୟ ପତ୍ରିକା ସଂବର୍ତକୀ ଓ ବସୁମତୀ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ସାହିତ୍ୟିକ ଡଃ. ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ମୁଖ୍ୟବକ୍ତା ଭାବେ ପୂର୍ବତଟ ରେଳବାଇର ଲୋକସମ୍ପର୍କ ଅଧିକାରୀ ବରିଷ୍ଠ କବି ନିରାକାର ଦାସ, ସମ୍ମାନୀତ ଅତିଥି ଭାବେ ମେଜର ଭରତ ଚନ୍ଦ୍ର ଜେନା, କଂସାର ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନା, ଅଧ୍ୟାପକ ବିପିନ ବିହାରୀ ବାରିକ, ରାଜନେତା ଫକିର ଚରଣ ଖଟୁଆ ଓ ରବୀନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଯୋଗଦେଇ ସାହିତ୍ୟ ପତ୍ରିକା “ବସୁମତୀ”କୁ ଲୋକାର୍ପିତ କରିଥିଲେ । ବସୁମତୀର ସମ୍ପାଦକ ଚନ୍ଦ୍ରମଣୀ ବାରିକ ପତ୍ରିକାର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଆଦିକନ୍ଦ ରାଉଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଏବଂ ରବୀନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସାରସ୍ୱତ ଉତ୍ସବର ଦ୍ୱିତୀୟ ଅଧିବେଶନରେ କବି ଆରାଧନା ଦାଶ, ଶୈଳଜାଶଙ୍କର ସାମଲ ଓ ନିକୁଞ୍ଜ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ରତ୍ନାକର ମଲିକ, ଅବନ୍ତୀ ବେହେରା, ଅମର ପ୍ରସାଦ ରାଉତ, ଭୀମସେନ ପ୍ରଧାନ, ଅଶୋକ ସାହୁ, ନିରୂପମା ଦାସ, ଅଜୟ ପାତ୍ର, ତପସ୍ୱିନୀ ପଟ୍ଟନାୟକ, ଅବଧୂତ ରାଉତ, ଯାମିନୀ ଦାସ, ନକୁଳ ଚରଣ ପୃଷ୍ଟି, ଅନନ୍ତ ଚରଣ ନାୟକ, ଗୀତାରାଣୀ ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ