ସାହିତ୍ୟ ବିକାଶ ମଂଚ ପକ୍ଷରୁ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଶ୍ୟାମା ପ୍ରସାଦ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଂଜଳି

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଓଡିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମା ପ୍ରସାଦ ପଟ୍ଟନାୟକଙ୍କ ବିୟୋଗରେ ବାରିପଦାରେ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ସାହିତ୍ୟ ସଂସ୍କୃତି ବିକାଶମଂଚ ଆନୁକୂଲ୍ୟରେ ସୋମବାର ଦିନ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟମାନେ ପ୍ରାରମ୍ଭରେ ଦିବଂଗତ ଶ୍ୟାମାପ୍ରସାଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଥିଲା । ମଂଚର ଅଧ୍ୟକ୍ଷ ଡ଼ଃ ସରୋଜ ନାୟକ, ଉପଦେଷ୍ଟା ଅମିତାଭ ମିଶ୍ର,,ସଭ୍ୟ ଡଃ ଶଶିଧର ବିଶ୍ୱାଳ , ଅମୂଲ୍ୟ କୁମ୍ଭକାର,ଅଜୟ ନନ୍ଦ ପ୍ରମୁଖ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସ୍ୱର୍ଗତ ଶ୍ୟାମା ପ୍ରସାଦ ପଟ୍ଟନାୟକଙ୍କର କର୍ମମୟ ଜୀବନ, କୃତି, ମୟୂରଭଂଜରେ କଳା ବିକାଶରେ ତାଙ୍କର ଭୂମିଷ୍ଠ ସର୍ବୋପରି ତାଙ୍କ ଦ୍ବାରା ନିୟମିତ ଭାବେ ଆୟୋଜିତ ହୋଇଥିବା ପୂଜ୍ୟପୂଜା କାର୍ଯ୍ୟକ୍ରମ ବର୍ଣ୍ଣ ବିଚିତ୍ରା, ଚିତ୍ର ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ମୟୂରଭଂଜର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟ ଅଂଶଗ୍ରହଣ ତାଙ୍କୁ ସବୁଦିନ ମୟୂରଭଂଜବାସୀଙ୍କ ନିକଟରେ ସବୁଦିନ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ