ସାହିତ୍ୟ ସଂସଦ ଓ ଓଡିଆ ଯୁବ ଲେଖକ ସମ୍ମେଳନ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ) : ଖୋର୍ଦ୍ଧା ସାହିତ୍ୟ ସଂସଦ ଏବଂ ଓଡିଆ ଯୁବ ଲେଖକ ସମ୍ମେଳନର ମିଳିତ ଆନୁକୂଲ୍ୟରେ ‘ରାଜ୍ୟ ଲେଖକ ସମାବେଶ ଓ ବିଷୁବ ସାହିତ୍ୟ ପର୍ବ’ ଆସନ୍ତା ୧୪ ଅପ୍ରେଲ ସ୍ଥାନୀୟ ପ୍ରାଣନାଥ ମହାବିଦ୍ୟାଳୟର ମୈତ୍ରୀ ଭବନରେ ମହାସମାରୋହରେ ଆୟୋଜିତ ହେବ ବୋଲି ଓଡିଆ ଯୁବ ଲେଖକ ସମ୍ମେଳନର ରାଜ୍ୟ ସାଧାରଣ ସଂପାଦକ ବନୋଜ ତ୍ରିାଠୀ, କାର୍ଯ୍ୟକ୍ରମ ସଂଯୋଜକ ତଥା ସାହିତ୍ୟ ସଂସଦର ଉପଦେଷ୍ଠା ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ସଭାପତି ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ ଏବଂ ସଂପାଦକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ଶ୍ରୀରାମ ନଗରସ୍ଥିତ ଖୋର୍ଦ୍ଧା ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଦିବସ ବ୍ୟାପି ଚାରିଗୋଟି ସୋପାନ ମାଧ୍ୟମରେ ହେବାକୁ ଥିବା ଏହି ସାହିତ୍ୟ ପର୍ବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଦୁଇ ଶହରୁ ଉର୍ଦ୍ଧ୍ୱ ପ୍ରତିଷ୍ଠିତ ସାହିତ୍ୟିକ ମାନେ ଯୋଗଦାନ କରି ସେମାନଙ୍କ ପ୍ରଜ୍ଞାଦୀପ୍ତ ଅଭିଭାଷଣ ପ୍ରଦାନ କରିବେ । ଏହି ସମାବେଶ ସାହିତ୍ୟ ଜଗତରେ ନୂତନ ପିଢୀଙ୍କୁ ଦିଗ୍‌ଦର୍ଶନ ଯୋଗାଇଦେବ ବୋଲି ଆୟୋଜକ ମାନେ କହିଛନ୍ତି । ଶେଷରେ ସାହିତ୍ୟ ସଂସଦର ସହସଂପାଦକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସଦର ଉପସଭାପତି ଡକ୍ଟର ସସ୍ମିତା ପଟ୍ଟନାୟକ, ସଂଗଠନ ସଂପାଦକ ବିଭ୍ରୂସାଦ ହରିଚନ୍ଦନ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରାକ୍ତନ ସଂପାଦକ ଡକ୍ଟର ନିରଂଜନ ମହାନ୍ତି, ଶିକ୍ଷାବିତ୍ ଡକ୍ଟର ପ୍ରମୋଦ ଚନ୍ଦ୍ର ଦାଶ, ଉପଦେଷ୍ଠା ବଂଶୀଧର ରାଉତ, ଆଇନୀଜୀବି ବିଧାନ ଚନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ଭୀମସେନ ପ୍ରଧାନ, କବି ଆରତୀ ମଂଜରୀ ଦାଶ, ଅଧ୍ୟାପିକା ସସ୍ମିତା ମୁଦୁଲି, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ବାହିନୀପତି, ପ୍ରଫୁଲ୍ଲ କୁମାର ସାମନ୍ତରାୟ, କବି ବାସୁଦେବ ସାହୁ ପ୍ରମୁଖଙ୍କ ସମେତ ସଂସଦର ସମସ୍ତ ସଭ୍ୟ ତଥା କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ