ସାହିତ୍ୟ ସଂସଦ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ପ୍ରତିଷ୍ଠିତ କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ପ୍ରାତିଷ୍ଠାତ ସଂପାଦକ ତ୍ରିଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମହାମାରୀ କରୋନା ନିୟମ ପ୍ରକାରେ ସମଦୂରତା ବଜାୟ ରଖି ବିଶ୍ୱ ହସ୍ତୀ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପ୍ରକୃତି ବନ୍ଧୁ ଡ.ବିଜୟ ଚନ୍ଦ୍ର ମହାରଣା, ଅବସରପ୍ରାପ୍ତ ବନପାଳ ଯୁଧିଷ୍ଠିର ଦାସ ଓ ଓକିଲଙ୍କ ହର ପ୍ରସାଦ ଦାଶ ଯୋଗ ଦେଇଥିଲେ। ହସ୍ତୀକୁ ହିନ୍ଦୁମାନେ ଦେବ ଅଂଶ ମନେକରି ପୂଜା କରୁଥିବା ବେଳେ ହାତୀ ବଂଶ କାମୁଥିବା ନେଇ ଅତିଥି ବୃନ୍ଦ ଉଦବେଗ ପ୍ରକାଶ କରବା ସହ ବନ୍ୟ ପ୍ରାଣୀଙ୍କ ପ୍ରତି ଦୟା ଭାବ ରଖିପାରିଲେ ବନର ସୁରକ୍ଷା ହେବା ସହ ପରିବେଶ ସୁରକ୍ଷା ହୋଇପାରି ମାନବ ସମାଜର ମଧ୍ୟ ସୁରକ୍ଷା ହୋଇପାରିବ ବୋଲି ମନ୍ତବ୍ଯ ଦେଇଥିଲେ । ମାଟି ହେଉଛି ମା ଓ ପ୍ରକୃତି ହେଉଛି ବାପା ସଦୃଶ୍ୟ ବୋଲି ସୂଚାଇ ଏହାର ସୁରକ୍ଷା ପାଇଁ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ମାମୁନୀରାଣୀ ଦେବୀ, କେଦାରନାଥ ଦାଶ, ପବିତ୍ର କୁମାର ପଣ୍ଡା, ୟୁ.ସନ୍ତୋଷ କୁମାର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ