ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ମୋ କଥା ମୋ କାହାଣୀ ଅନୁଷ୍ଠିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମ ସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲ ରେ ଶୁକ୍ରବାର ସାହିତ୍ୟ ସୃଜନୀ ମୋ କଥା ମୋ କାହାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆକାଂଖି ପାଠ୍ୟକ୍ରମ ଆନୁକୁଲ୍ୟରେ ଆୟୋଜିତ ଭାଷା ସାହିତ୍ୟ ସୃଜନୀ ଜିଜ୍ଞାସା କୌଶଳୀ କ୍ରୀଡ଼ାଙ୍ଗନା କ୍ଲବ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଦିଗପହଣ୍ଡି ର ସବୁଜ ପତ୍ର ‘ପତ୍ରିକା’ ର ସମ୍ପାଦକ ତଥା ଅଧିବକ୍ତା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବୋମକେଇ ଗ୍ରାମ ସ୍ଥିତ ଚିଦାନନ୍ଦ କଲେଜ ଅଧ୍ୟାପକ ଡଃ. ଶଙ୍କର ପଣ୍ଡା ମୁଖ୍ୟବକ୍ତା ଭାବେ ମଞ୍ଚାସିନ ଥିଲେ।ପ୍ରଧାନଶିକ୍ଷକ ଅରୁଣ ଚନ୍ଦ୍ର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ହାଇସ୍କୁଲ ପରିଚାଳନା କମିଟି ସଭାପତି ଜନାର୍ଦ୍ଦନ ପ୍ରଧାନ,ସିଆରସିସି ନବୀନ ବାଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ।ସହକାରୀ ଶିକ୍ଷକ ବିଶ୍ଵନାଥ ଦାସ,ପ୍ରକାଶ ଚନ୍ଦ୍ର ପ୍ରଧାନ, କୁନାଲ ସେଠୀ,ଶିକ୍ଷୟତ୍ରୀ ଏ.ସ୍ଵାତୀ, ମନାଲିତା ନାୟକ,ଶୈଳବାଳା ବଡମୁଣ୍ଡି,ସସ୍ମିତା ପ୍ରଧାନ ଏବଂ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।