ସାହିତ୍ୟ ସ୍ରଷ୍ଟା ବିଘ୍ନେଶ୍ୱର ତ୍ରିପାଠୀଙ୍କ ସ୍ଵର୍ଗାରୋହଣ

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ): ଘୁମୁସର ମାଟିର ଅନ୍ୟତମ ସାହିତ୍ୟିକ ତଥା କବି ବିଘ୍ନେଶ୍ୱର ତ୍ରିପାଠୀଙ୍କ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ନିଜ ବାସ ଭବନରେ ଗତ ଜୁନ୍ ୧୮ ତାରିଖରେ ୮୯ ବର୍ଷ ବୟସରେ ପରଲୋକ ଘଟିଛି I ସୂଚନା ପ୍ରକାରେ ଶ୍ରୀ ତ୍ରିପାଠୀ ବହୁଦିନ ହେବ ରକ୍ତଚାପ ଏବଂ ମଧୂମେହ ଜନିତ ରୋଗରେ ପୀଡିତ ଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ ୧୯୩୨ମସିହା ଜୁନ୍ ଏକ ତାରିଖରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ତ୍ରିପାଠୀ ଏକାଧାରରେ ଜଣେ ସୁସାହିତ୍ୟିକ , କବି ଏବଂ ଧର୍ମ ପରାୟଣ ବ୍ୟକ୍ତିତ୍ଵ ଥିଲେ I ବହୁ କାବ୍ୟ କବିତାକୁ ଓଡ଼ିଆରେ ଅନୁବାଦ କରି ପାଠକ ଗହଣରେ ପ୍ରଶଂସାଭାଜନ ହେବା ସହ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର. ହରେକୃଷ୍ଣ ମହତାବଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ I ଶ୍ରୀ ତ୍ରିପାଠୀଙ୍କୁ ସ୍ଵଭାବ କବି ଉପାଧି ଦିଆଯାଇଥିଲା I ସ୍ଵର୍ଗତ ତ୍ରିପାଠୀଙ୍କ ଶେଷ ରଚନା ‘ଅମର ଗୀତିକା’ ପାଠକୀୟ ମହଲରେ ଖୁବ୍ ଆଦୃତି ଲାଭ କରିପାରିଛି I ସ୍ଵର୍ଗତ ତ୍ରିପାଠୀଙ୍କ ଅନ୍ତିମ ଶଯ୍ୟା ନିକଟରେ ସ୍ତ୍ରୀ ଆଶା, ଚାରି ପୁଅ ରେବତୀ ରଞ୍ଜନ, ସୂନୀତ,ରାକେଶ, ଦିନେଶ ବୋହୂ, ଚାରି ଝିଅ କିରଣ କୁମାରୀ, କ୍ରୀଷ୍ଣା କୁମାରୀ, ନୀରଜା, ବିଦେହ ନାତି ନାତୁଣୀ,ପରିବାର ବର୍ଗ ଏବଂ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ଶ୍ରୀ ତ୍ରିପାଠୀଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ର, ପ୍ରେସ୍ କ୍ଲବ ଉପସଭାପତି ଅଶ୍ଵିନୀ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଦୀପକ ପଣ୍ଡା, ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି I ଶ୍ରୀ ତ୍ରିପାଠୀଙ୍କ ବିୟୋଗ ଗଞ୍ଜାମର ସାହିତ୍ୟ ଭଣ୍ଡାର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ