ସାହିତ୍ୟ ହେଉଛି ସମ୍ପର୍କର ସେତୁ, ପରଷ୍ପର ଭିତରେ ଭାବ, ବନ୍ଧୁତାର ସମ୍ପର୍କକୁ ଯୋଡିଥାଏ
ହାଟଡିହି,(ବିକାଶ ବିଶ୍ୱାଳ): ସାହିତ୍ୟ ହେଉଛି ସମ୍ପର୍କର ସେତୁ, ସାହିତ୍ୟ ପରଷ୍ପର ଭିତରେ ଭାବ, ବନ୍ଧୁତା ର ସମ୍ପର୍କକୁ ଯୋଡିଥାଏ ବୋଲି ହାଟଡିହି ବ୍ଲକ୍ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ଅନୁଷ୍ଠିତ ୮ମ ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜେବି କଲେଜର ପ୍ରାକ୍ତନ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ମତବ୍ୟକ୍ତ କରିଥିଲେ।ଉଚ୍ଚକୋଟୀର ସର୍ଜନା ସୃଷ୍ଟି କରିବା ସବୁ ସାହିତ୍ୟିକ ମାନଙ୍କପାଇଁ ଧେୟ ହେଉ । କେବଳ ଗଳ୍ପ, କବିତା କିମ୍ବା ପ୍ରବନ୍ଧ ଲେଖିଦେଲେ ସାହିତ୍ୟ ବଳିଷ୍ଠ ହେବ ନାହିଁ। ସର୍ଜନା କ୍ଷେତ୍ରରେ ଲେଖକଙ୍କ ଆନ୍ତରିକତା ଓ ସୁସ୍ଥ ମାନସିକତା ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜେ.ଏନ. ୟୁ ନୂଆଦିଲ୍ଲୀର ପ୍ରଫେସର ଡ.ଉଦୟନାଥ ସାହୁ ଯୋଗଦେଇ ସାହିତ୍ୟ ହେଉଛି ମାନବୀୟ ଅନୁଭୂତିର ସଂଗ୍ରହାଳୟ, ସାହିତ୍ୟ ଦୁର୍ଭେଦ୍ୟ ନହେଉ, ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସରଳ ଓ ସାବଲୀଳ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସାହିତ୍ୟଘର ମୁଖପତ୍ର ‘ପ୍ରୟାସୀ’କୁ ଅତିଥି ମାନେ ଲୋକାର୍ପଣ କରିଥିଲେ।ନିମନ୍ତ୍ରିତ ଅତିଥି ମାନଙ୍କୁ ସାହିତ୍ୟଘର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିବାବେଳେ ବର୍ଷିୟାନ ସାହିତ୍ୟିକ ଓ କବି ବାଳକୃଷ୍ଣ ରାଉତଙ୍କୁ ସାହିତ୍ୟଘର ସମ୍ବର୍ଦ୍ଧନା ଦିଆଯାଇ ଥିଲା । ସାହିତ୍ୟ କ୍ଷେତ୍ରରେ ନିରଞ୍ଜନ ସାହୁ, ସମାଜସେବା କ୍ଷେତ୍ରରେ ରାମଚ଼ନ୍ଦ୍ର ଜେନା, ଯୁବପ୍ରତିଭା ଭାବେ ଯୁବକବି ବିଶ୍ଵଜିତ ରାଉତଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ ଅତିଥି ପରିଚ଼ୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଯୋଜକ କିଶୋର ଆଚାର୍ଯ୍ୟ ସାହିତ୍ୟ ଘରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସାହିତ୍ୟଘରର ଉପସଭାପତି ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଉଦ୍ଘାଟକ ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ବାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାସହ ଆଜିର ଯୁବପିଢ଼ି ସାହିତ୍ୟମନସ୍କ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କହିଥିଲେ।
ସାହିତ୍ୟ ସହିତ ପରିବେଶ ସୁରକ୍ଷାକୁ ନେଇ ପ୍ରତି ପଞ୍ଚାୟତରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଧାୟକ ଶ୍ରୀ ସେଠୀ ଆହ୍ବାନ ଦେଇଥିଲେ। ସମ୍ବାଦ ସାହିତ୍ୟଘର ମାଧ୍ୟମରେ ଗ୍ରାମଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କ ନିକଟରେ ସାହିତ୍ୟ ପହଞ୍ଚି ପହଞ୍ଚିପାରିବା ଦ୍ବାରା ଆଜିର ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆବେଗ ସୃଷ୍ଟି ସୃଷ୍ଟି ହୋଇପାରିଛି ବୋଲି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ କହିଥିଲେ । ହାସ୍ୟମୟୀ ରାଜ ଓ ସୁବାସ ପାତ୍ର ସଭା ସଂଯୋଜନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମୁରଲୀଧର ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର କୁମାର ପରିଡ଼ା,ପୂର୍ବତନ ଏବିଇଓ ଅମୁଲ୍ୟ ମିଶ୍ର, ସାଇଚେତନା ସମ୍ପାଦକ ଚତୁର୍ଭୁଜ ପହି, ବିଦ୍ୟୁତ୍ପ୍ରଭା ଦେଓ, ପ୍ରତାପ କିଶୋର ରାଉତ, ଦାଶରଥି ସାହୁ, ଶଙ୍ଖାଳୀ ରାଉଳ, ପ୍ରଭାତି ମଞ୍ଜରୀ ପଣ୍ଡା, ସୁଦାମ ଚରଣ ଜେନା, ପୂର୍ଣ୍ଣଚନ୍ଦ୍ର ସାହୁ, ନରହରି ରାଉତ, ଜ୍ୟୋତ୍ସ୍ନାରାଣୀ ଦାସ, ତିଳୋତ୍ତମା ସା, ଚନ୍ଦନ କୁମାର ପଣ୍ଡା, ବାବନ ଚରଣ ବେହେରା, ଉମାମଣି ପାଢ଼ି, ଛାୟାରାଣୀ ପାଢି , ଅଭିମନ୍ୟୁ ବସନ୍ତିଆ, ଅଭୟ କୁମାର ସାମଲ, ପ୍ରମିଳା ନାୟକ, ହେମନ୍ତ କୁମାର ନାୟକ, ରମାକାନ୍ତ ପହି, ନୃସିଂହ ଚରଣ ସାମଲ, ବନମାଳୀ ଜେନା, ହରିହର ସାମଲ, ସରଳା ମହାପାତ୍ର, ସୁଭଦ୍ରା ସ୍ବାଇଁ, ନୟନୀ ଜେନା, ପ୍ରଶାନ୍ତ କୁମାର ଖଣ୍ଡାୟୀ, ସୁଧାକର ଓଝା, ବିନୟ କୁମାର ନାୟକ, ଧବଳେଶ୍ବର ପଟ୍ଟନାୟକ, ଦେବେନ୍ଦ୍ର କୁମାର ଜେନା, ଶିଶିର କୁମାର ବିଶ୍ଵାଳ, ବିଭୀଷଣ ରାଉତ, ଚକ୍ରଧର ସାହୁ, ବିକାଶ ବିଶ୍ବାଳ, ପାର୍ଥସୌରଭ ସା ଉପସ୍ଥିତ ଥିଲେ। ଶିଶିର କୁମାର ବିଶ୍ଵାଳ, ନବଘନ ନାୟକ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଲକ୍ଷ୍ମୀକାନ୍ତ ମିଶ୍ର, ନବ କୁମାର ବିଶ୍ବାଳ, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ରମେଶ କୁମାର ନାୟକ, ସତ୍ୟବ୍ରତ ବିଶ୍ବାଳ, ପର୍ଶୁରାମ ନାୟକ, କନକଲତା ସାହୁ, ପଦାବତୀ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


