ସାହି ବାସିନ୍ଦାଙ୍କ ବିରୋଧ ଯୋଗୁଁ କାମ ସ୍ଥଗିତ , ଧାରଣା ଉତେଜନା
ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ୱାଡ ନମ୍ବର ଛଅରେ ଥିବା ରାମରାମଲିଙ୍ଗେସ୍ଵର ମନ୍ଦିର ଦଖଲରେ ଥିବା ଜମିଉପରେ ଏନଏସି ପକ୍ଷରୁ ପ୍ରସ୍ତାବିତ କଲ୍ୟାଣମଣ୍ଡପ ନିର୍ମାଣପାଇଁ କାର୍ଯ୍ୟ ଆରମ୍ଭକୁ ନେଇ ଆଜି ପୁଣି ସାହିବାସିନ୍ଦା ଏବଂ ଏନଏସି ପ୍ରଶାସନ ମୁହାଁମୁଁହି ହୋଇଥିବା ଦେଖିବାକୁ ମିଳିଛି l ନିର୍ମାଣଧିନ ସ୍ଥଳରେ ଅଂଚଳବାସୀ ଟେଣ୍ଟ ପକାଇ ଧାରଣ ଦେଇଥିଲେ । ଯାହାକୁ ନେଇ ଉତେଜନା ପ୍ରକାଶ ପାଇଛି lକାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ll ଏନଏସି ଦ୍ୱାରା ଘଟଣାସ୍ଥଳକୁ ନିର୍ମାଣ ପାଇଁ ଯାଇଥିବା,ଶ୍ରମିକମାନଙ୍କୁ,ଆନ୍ଦୋଳନକରୀ ମାନେ କାମ କରିବାକୁ ନଦେଇ ପ୍ରବଳ ବିରୋଧ କରିଥିଲେ । ଯାହାକୁ ନେଇ ଚାପା ଉତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ଗଂଜାମ ପୋଲିସ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଶୁଣିନଥିଲେ ଆନ୍ଦୋଳନକାରୀ ।ପରେ ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ଚରଣ ପାଢ଼ୀ, ଆନ୍ଦୋଳନକରିଙ୍କ ମଧ୍ୟରୁ ସନ୍ତୋଷ ଗୌଡ଼, ଗୁଣ୍ଡିଚାଦାସ, ପ୍ରଭାତସାହୁ,,ସୀମାଞ୍ଚକ ଦାସ,, ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର ମଧ୍ୟରେ ଆଲୋଚନା ହୋଇଥିଲା ।ଆନ୍ଦୋଳନକାରୀ ମାନେ ମନ୍ଦିର ଜମିରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏନମରା ବୋଡ଼ରୁ ପରିମିଶନ , ସାହିଲୋକ, ମନ୍ଦିର ପରିଚାଳନା କମିଟିର ପରିମିଶନ ନେଇଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଏହି ଘଟଣା ମାନ୍ୟବର ହାଇକୋର୍ଟରେ ବିଚରାଧିନ ଥିବା ଏବଂ ଦୁଇ ବର୍ଷର ନୀରବତା ପରେ ଏବେ କାହିଁକି ତରବରିଆ ଭାବେ ଏନଏସି ପ୍ରଶାସନ କାମ ଆରମ୍ଭ କରୁଛି ବୋଲି ପ୍ରଶ୍ନ କରିଥିଲେ । ଉତେଜନା ବୃଦ୍ଧି ପାଇବା ଦେଖି ସମାଧାନ ନହେବା ପର୍ଯ୍ୟନ୍ତ କାମ ସ୍ଥଗିତ ରଖିଥିଲା ପ୍ରଶାସନ । ଅନ୍ୟପଟେ ଯଦି କଲ୍ୟାଣ ମଣ୍ଡପ ରାମଲିଙ୍ଗେସ୍ୱର ମନ୍ଦିର ମାଲିକନାରେ କରାଯାଏ ବିରୋଧ କରାଯିବନି ବୋଲି କହିଛନ୍ତି ଆନ୍ଦୋଳନକାରୀ ମାନେ । ଆଜି ଦିନ ତମାମ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିଲା । ବଡ଼ବଜ଼ାର ବ୍ୟବସାହି ସଂଘ ସଭାପତି ଗୌରୀ ଶଙ୍କର ବାରିକ, ଅରୁଣ କୁମାର ପଣ୍ଡା, ଗୋବର୍ଦ୍ଧନ ସାହୁ, ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆନ୍ଦୋଳନରେ ପ୍ରକାଶ ମହାଙ୍ଗୁଡ଼, ପର୍ଶୁରାମ ପରିଡା, କାଶୀନାଥ ମହାଙ୍ଗୁଡ଼, , ବିଦିଦୋରା, ମନରଞ୍ଜନ ସାହୁ ମଙ୍ଗୁଳୁ ସାହୁ, କାକିକମଳ ପରିଡା,ଦୂର୍ଗା ରାଓ,ଶଙ୍କର ପରିଡା, ସୁଦର୍ଶନ ସାହୁ,କେଂଚୁ ସାହୁ,ବାବୁଲା ପରିଡା ପ୍ରମୁଖଙ୍କ ସମେତ ଶତାଧିକ ସାମିଲ ହୋଇଥିଲେ ।