“ସାୱାସଦୀ ପିଏମ୍ ମୋଦୀ’ କାର୍ଯ୍ୟକ୍ରମରେ ଭାରତର ଐତିହାସିକ ସଂପର୍କକୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ବ୍ୟାଙ୍କକକ “ସାୱାସଦୀ ପିଏମ୍ ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ସହ ଥାଇଲାଣ୍ଡର ଐତିହାସିକ ସଂପର୍କକୁ ମନେ ପକାଇଛନ୍ତି । ବ୍ୟାଙ୍କକରେ ଥିବା ହଜାର ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବାଧନ କରି ଥାଇଲାଣ୍ଡ୍ ସହ ସମାନତା ଥିବା ଭାରତୀୟ ସଂସ୍କୃତି ସଂପର୍କରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାଙ୍କକକୁ ନିମିବୁତର ଷ୍ଟାଡିୟମରେ “ସାୱାସଦୀ ପିଏମ୍ ମୋଦୀ’ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ମୋଦୀ ଥାଇଲାଣ୍ଡବାସୀଙ୍କୁ କହିଛନ୍ତି କି ଆପଣମାନେ ବି ଭାରତର । କାହିଁକି ନା ଥାଇଲାଣ୍ଡବାସୀଙ୍କ ପରମ୍ପରା, ଆସ୍ଥା, ସ୍ଥାପତ୍ୟ, ଲୋକମାନଙ୍କର କଥା ହେବାର ତରିକା ଆଦିରେ ଭାରତର ଝଲକ ରହିଛି । ସେ ଆହୁରି ବି କହିଛନ୍ତି ଯେ “ଭାରତ-ଥାଇଲାଣ୍ଡ୍ ଭିତରେ ଥିବା ସଂପର୍କ କେବଳ ଦୁଇ ସରକାରଙ୍କୁ ନେଇ ନୁହେଁ । ଇତିହାସରେ ଥିବା ପ୍ରତ୍ୟେକ ମୁହୂର୍ତ୍ତ ଓ ଉତ୍ସବ ଆମ ସଂପର୍କକୁ ମଜବୁତ୍ କରିଛି । ଏହି ସଂପର୍କ ହୃଦୟର, ଆତ୍ମାର, ବିଶ୍ୱାସର ଓ ଆଧ୍ୟାତ୍ମିକତାର ।’ ଉତ୍ସବକୁ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଗକୁ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଥିବା ଅବସରରେ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଥାଇଲାଣ୍ଡରେ ରହୁଥିବା ଭାରତୀୟମାନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବ୍ୟାଙ୍କକରେ ଥିବା ଭାରତୀୟ ଦୂତବାସଙ୍କ ସହ ଯୋଗାଯୋଗ କରି ସେମାନେ ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ତେବେ, ହ୍ୟୁଷ୍ଟନଠାରେ ଯେପରି ମୋଦୀଙ୍କ ଉଦେଶ୍ୟରେ “ହାୱଡି ମୋଦୀ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ସେହିପରି ବ୍ୟାଙ୍କକରେ ଭାରତୀୟଙ୍କ ଦ୍ୱାରା “ସାୱାସଦୀ ପିଏମ୍ ମୋଦୀ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ