ସିଂହଦ୍ୱାରରେ ଲାଗିଲା ଜୟବିଜୟ ମୂର୍ତ୍ତି
ପୁରୀ(ଜୁଗାବ୍ଦ ନ୍ୟୁଜ୍): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଆଜି ସିଂହଦ୍ୱାର ପ୍ରବେଶ ପଥରେ ଲାଗିଲା ଜୟ ବିଜୟ ମୂର୍ତ୍ତି । ଗତ ମେ ମାସ ୩ ତାରିଖ ବାତ୍ୟା ଫାନିରେ ପୁରୀ ସହର ଧ୍ୱଂସ ହୋଇଥିଲା ବେଳେ ବାଦ୍ ପଡ଼ିନଥିଲା ଶ୍ରୀମନ୍ଦିର । ବାତ୍ୟାରେ ଶ୍ରୀମନ୍ଦିରର ସିଂହଦ୍ୱାରରେ ରହିଥିବା ଜୟବିଜୟ ୨ଟି ମୂର୍ତ୍ତି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର ହୋଇଯାଇଥିଲା । ତେବେ ସ୍ନାନଯାତ୍ରା ପୂର୍ବରୁ ଅର୍ଥାତ୍ ଜୁନ୍ ୧୬ ତାରିଖରେ ଏଏସ୍ଆଇ ନୂଆ ଜୟ ବିଜୟ ମୂର୍ତ୍ତି ଲଗାଇବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଥିଲେ । ବିଳମ୍ବିତ ରାତିରେ ଯାଜପୁରରୁ ଆସି ମୂର୍ତ୍ତିଦ୍ୱୟ ପୁରୀରେ ପହଞ୍ଚିଥିଲା । ଏଣୁ ସୋମବାର ସକାଳେ ଏହି ମୂର୍ତ୍ତିଦ୍ୱୟ ସ୍ଥାପନ କରାଯାଇଛି ।
ସୂଚନାଥାଉକି, ପୂର୍ବରୁ ଜୟବିଜୟ ମୂର୍ତ୍ତି ସିମେଣ୍ଟରେ ତିଆରି ହୋଇଥିଲା । କିନ୍ତୁ ନୂଆ ଲାଗିଥିବା ମୂର୍ତ୍ତି ଖଣ୍ଡେଲାଇଟ୍ ପଥରରେ ତିଆରି କରାଯାଇଥିବା ଯାଜପୁର ଜିଲ୍ଲାର ବଡଚଣା ବ୍ଲକ୍ ଅନ୍ତର୍ଗତ ଶୁଖୁଆପଡାର ଶିଳ୍ପୀ ନିର୍ମଳ ମହାରଣା କହିଛନ୍ତି ।


