ସିଂହ ସହ ଦୋସ୍ତି
ଜଙ୍ଗଲର ରାଜା ସିଂହ । ସାଧାରଣତଃ ସିଂହକୁ ଚିଡ଼ିଆ ଘରେ ଅବା ପିଞ୍ଜରାରେ ଦେଖିଥିବେ । ସିଂହ ପାଖକୁ ଯିବା କଥା ଶୁଣିବା ମାତ୍ରେ ମନରେ ଭୟ ଆସିଥାଏ । ଯଦି ଆମେ ଆପଣଙ୍କୁ କହିବୁ ଜଣେ ଝିଅ ସିଂହ ସହ ଖେଳୁଛି ଏବଂ ପାଖରେ ଶୋଉଛି, ତେବେ ଆପଣ ଏହି କଥାକୁ ସହଜରେ ବିଶ୍ୱାସ କରିବେନାହିଁ । ହଁ ଆଜ୍ଞା, କଥାଟା ବିଶ୍ୱାସ ନ ହେଲେ ବି ସତ । ଏସବୁ ହେଉଛି ଅତୁଟ ପ୍ରେମର ପରିଣାମ ।
ହଲିଉଡ୍ ଅଭିନେତ୍ରୀ ମେଲାନୀ ଛୋଟ ବେଳୁ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ସେ ହେଉଛନ୍ତି ହଲିଉଡ୍ ଫିଲ୍ମ ଅଭିନେତା ଟିପି ହାଇଦର୍ଙ୍କ ଝିଅ । ଖାସ୍ କଥା ହେଉଛି ମେଲାନୀଙ୍କ ଘରେ ଆଫ୍ରିକୀୟ ବବ୍ବର୍ ସିଂହ ପୋଷା ଭାବେ ରହିଛି । ମେଲାନୀଙ୍କ ପରିବାର ନୀଳକୁ ଆଫ୍ରିକାରୁ ଆଣିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମେଲାନୀ ଓ ନୀଳ ଗୋଟିଏ ବିଛଣାରେ ଶୁଅନ୍ତି । କେବଳ ଏତିକି ନୁହେଁ, ପାଖରେ ଏକାଠି ମୁଣ୍ଡ ରଖି ଖେଳିବା ସହ ବାଇକ୍ରେ ବୁଲିଥାଆନ୍ତି ।