ସିଆଚେନ ଯିବେ ସ୍ଥଳସେନା ମୁଖ୍ୟ
ନୂଆଦିଲ୍ଲୀ- ଆସନ୍ତା ୯ ତାରିଖରେ ସିଆଚେନ ଗସ୍ତରେ ଯିବେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ଵାଣେ ସାମରିକ ଦୃଷ୍ଟିକୋଣରୁ ସିଆଚେନର ସୁରକ୍ଷା ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପାକିସ୍ତାନ ନିୟନ୍ତ୍ରଣରେ ଥିବା ବାଲଟିସ୍ତାନ ଓ ଚୀନ ନିୟନ୍ତ୍ରଣରେ ଥିବା ସାକସଗାମ ମଧ୍ୟରେ ରହିଛି । ଏଣୁ ଏହା ଯଦି ଶତ୍ରୁ ହାତକୁ ଚାଲିଯାଏ ତେବେ ଲଦାଖ ଉପରେ ନିୟନ୍ତ୍ରଣ ରଖିବା କଷ୍ଟକର ହୋଇଯିବ । ତେବେ ସିଆଚେନକୁ ବିଶ୍ୱର ସବୁଠାରୁ ବିପଦଜନକ ଯୁଦ୍ଧକ୍ଷେତ୍ର ବୋଲି କୁହାଯାଏ । କାରଣ ଏଠାରେ ଶତ୍ରୁଠାରୁ ଯେତିକି ବିପଦର ଆଶଙ୍କା ନଥାଏ ତାଠାରୁ ଅଧିକ ବିପଦ ଥାଏ ପ୍ରାକୃତିକ ବିପର୍ୟ୍ୟୟଠାରୁ । ଗତ ନଭେମ୍ବର ୩୦ରେ ଏଠାରେ ଏକ ବରଫ ଝଡ଼ର ସମ୍ମୁଖୀନ ହୋଇ ୨ ଭାରତୀୟ ଯବାନ ସହିଦ ହୋଇଥିଲେ ।


