ସିଆରପିଏଫ ଯବାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ବାରିପଦା, (ମୁରାରୀ ମୋହନ ମହାପାତ୍ର):ଦୀର୍ଘ ୩୫ ବର୍ଷ କାଳ ଦେଶ ସେବାରେ ସିଆରପିଏଫ ଯବାନ ଭାବେ
ନିଜକୁ ନିୟୋଜିତ କରିଥିଲେ ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର )ମୟୂରଭଞ୍ଜ ଜିଲ୍ଲା କୁଲିଅଣା ଥାନା ଅନ୍ତର୍ଗତ ଡାଙ୍ଗରସାହି ନିବାସୀ ଶ୍ରୀଧର ସେଠୀଙ୍କ ସୁପୁତ୍ର ଯବାନ ଶିବନାଥ ସେଠୀ। ଭାରତ ବର୍ଷର ଜମ୍ମୁ, କାଶ୍ମୀର, ଅରୁଣାଚଳ ପ୍ରଦେଶ, ମଣିପୁରମ, ଛତିଶଗଡ଼, ପଞ୍ଜାବ ଭଳି ଅନେକ ସ୍ଥାନରେ କାର୍ଯ୍ୟରତ ଥିଲେ। ଆଉ ଆଜି କାର୍ଯ୍ୟରୁ ଅବସର ନେଇ ଫେରୁଛନ୍ତି ଘରକୁ।
ବାଜୁଚ୍ଛି ଢୋଲ ଓ ମହୁରୀ ସହ ଆତସ ବାଜି କରି ଦେଶ ସେବାରୁ ଅବସର ପରେ ସିଆରପିଏଫ ଯବାନ ଙ୍କୁ ଗ୍ରାମବାସୀ ନାଚି ନାଚି କରୁଛନ୍ତି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ଡାଙ୍ଗରସାହି ଗ୍ରାମ ର ଶିବନାଥ ସେଠୀ ଭାରତ ସରକାରଙ୍କ ସିଆରପିଏଫ ଯବାନ ଭାବେ ୧୯୮୮ ମସିହାରେ ରେ କାର୍ଯ୍ୟରେ ଯୋଗଦାନ କରିଥିଲେ। ଦେଶ ସେବା ରେ ଦିର୍ଘ ୩୫ ବର୍ଷ ନିଷ୍ଠା ଓ ତ୍ୟାଗ ର ସହ ରହି ନିଜର କର୍ତବ୍ୟ କରିବା ପରେ ଚାକିରୀ ଜୀବନ ରୁ ଅବ୍ୟାହତ ନେଇଛନ୍ତି। ଦେଶସେବା ରୁ ନିବୃତ ହେବାପରେ ନିଜ ଭିଟାମାଟି କୁ ଫେଟିବା ପରେ ନିଜସ୍ୱ ଗ୍ରାମ ଡାଙ୍ଗରସାହି ଠାରେ ଗ୍ରାମବାସୀ ମାନେ ବିର ଯବାନ ଙ୍କୁ ତ୍ରିରଙ୍ଗା ପତାକା ଦେଖାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଗ୍ରାମ ର ଆରାଧ୍ୟ ଦେବତା ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବାଯା ବଜାଇ ନାଚଗୀତ ରେ ଯୁବକ ଯୁବତୀ ମାନେ ବିର ଯବାନ ଙ୍କୁ ଭାରତ ମାତା କି ଜୟ, ଜୟ ଯବାନ କହି ଗ୍ରାମ ରେ ଏକ ଭବ୍ୟ ଶୋଭାଯାତ୍ରାରେ ପରିକ୍ରମା ପୂର୍ବକ ଘର କୁ ପାଛୋଟି ନେଇଥିଲେ। ଯବାନଙ୍କୁ ଗ୍ରାମର ସମସ୍ତେ ଯବାନଙ୍କୁ ଦେଖି ଆତ୍ମହରା ହୋଇ ପଡ଼ିଥିବା ବେଳେ ଝିଅ ପୁଅ ମାନେ ବାପା ଙ୍କୁ ସଲାମୀ ଦେଇ ସ୍ୱାଗତ କରିଥିଲେ। ସେବା ନିବୃତ ଯବାନ ଶିବାନାଥ ଆଗକୁ ନିଜ ଅଞ୍ଚଳ ପାଇଁ ସମାଜସେବୀ ଭାବେ କାର୍ଯ୍ୟ କରି ନିଜ ଜୀବନ କୁ ଅତିବାହିତ କରିବି ବୋଳି କହିଛନ୍ତି। ଦେଶସେବା ପାଇଁ ଗ୍ରାମ ର ଜଣେ ଯବାନ ଙ୍କୁ ଫେରିବା ପରେ ଡାଙ୍ଗରସାହି ଗ୍ରାମବାସୀ ଙ୍କ ପକ୍ଷରୁ ଉତ୍ସବ ର ମାହୋଲ ଦେଖିବାକୁ ମିଳିଛି।