ସିଆରପି, ଏମବିକେ ଚୟନରେ ଅନିୟମିତତା : ଜିଲାପାଳଙ୍କୁ ଭେଟିଲେ ମହିଳା
ନ୍ୟାୟ ନମିଳିଲେ ରାଜରାସ୍ତା ଅବରୋଧ ଚେତାବନୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ଓ ଛୟାଳସିଂ ପଞ୍ଚାୟତରେ ସିଆରପି, ଏମବିକେ ଚୟନରେ ଅନିୟମିତତା ନେଇ ଦୁଇ ପଞ୍ଚାୟତର ମହିଳା ମାନେ ଜିଲାପାଳଙ୍କୁ ଭେଟିବା ସହ ଆଗାମୀ ୭ ଦିନ ମଧ୍ୟରେ ନ୍ୟାୟ ନିମିଳିଲେ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି । ଏନେଇ ଗଣିଜାଙ୍ଗ ପଞ୍ଚାୟତର ସତ୍ୟଭାମା ଘଡେଇ, ମମତା ମଞ୍ଜରୀ ରାଉତ, ରୀତାରାଣୀ ଦାଶ, ରଶ୍ମିତା ପଲେଇ, ସ୍ମିିତା ସୁନ୍ଦରୀ ରାଉତ, ଅପର୍ଣ୍ଣା ସୁତାର, ମାଳତୀ ମଳିକ, ଲିଲି ମଳିକ, ସୁମିତା ଦାସ, ପାର୍ବତୀ ପତି, ପଦ୍ମାଳୟା ସେଠୀ, ରୀତାଞ୍ଜଳୀ ମଳିକ, ସୁଜାତା ଦାସ, ଅନିତା ମଳିକ, ତପୋଇ ମଳିକଙ୍କ ସମେତ ବିଭିନ୍ନ ମଞ୍ଚର ସଦସ୍ୟା ମାନେ ବିଡିଓ, ବିପିଏମ୍, ତହସିଲଦାର, ଆର.ଆଇ, ଏସ୍.ପି, ଭଦ୍ରକ, ଗ୍ରାମାଞ୍ଚଳ ଥାନା ଭଦ୍ରକ, ବନ୍ତ ଥାନା, ସିଡିପିଓ, ପିଡି, ବି.ଏଲ୍.ଏଫ ବନ୍ତ, ଜି.ପି.ଏଲ.ଏଫ ଗଣିଜାଙ୍ଗ, ଡି.ଏଲ୍.ଏଫ ଭଦ୍ରକଙ୍କୁ ଅବଗତ କରାଇଛନ୍ତି । ସେହିପରି ଛୟାଳସିଂ ପଞ୍ଚାୟତର ମଞ୍ଜୁଲତା ସାହୁ, ରଞ୍ଜୁଲତା ସାହୁ, କମଳା ସାହୁ, ଗୌରୀ ନାୟକ, ପୂର୍ଣ୍ଣିମା ସାହୁ, ମାମିନା ନାଏକ, ମଞ୍ଜୁ ନାଏକ, ପୁଷ୍ପା ସାହୁ, ସସ୍ମିତା ଯେନା, ତପସ୍ୱିନୀ ଯେନା, ସ୍ୱର୍ଣ୍ଣପ୍ରଭା ସାହୁ, ମାଳତୀ ଯେନା, ବୀଣାପାଣି ସାହୁ, କମଳା ବାରିକଙ୍କ ସମେତ ବହୁ ମହିଳା ଉଚ୍ଚ ଅଧିକାରୀଙ୍କୁ ଏସଂପର୍କରେ ଅବଗତ କରାଇଛନ୍ତି ।