ସିଆରସିସିଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଶିକ୍ଷାବିଭାଗ ଅଧିନରେ ଥିବା ସିଆରସିସି କୁଶଧ୍ୱଜ ବେହେରାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଢ଼େଙ୍କା ସିଆରସିସି କେଶବ ଚନ୍ଦ୍ର କରଙ୍କ ସଂଯୋଜନାରେ ଢ଼େଙ୍କା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ରବିନ୍ଦ୍ର କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଏବିଇଓ ବିନୋଦ କୁମାର ରାଉତ, ମୁଖ୍ୟ ବକ୍ତା ଭାବେ ବାଙ୍ଗୋର ସରକାରୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥିଭାବେ ଶିକ୍ଷକ ସଂଘ ସଭାପତି ହରମୋହନ ପଣ୍ଡା, ବିଦ୍ୟାଧର ପୁହାଣ, ରବିନ୍ଦ୍ର ବିଶ୍ୱାଳ, ବୃନ୍ଦାବନ ବେହେରା, ପିତବାସ ରାଉତ, ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବିଦାୟୀ ସିଆରସିସି କୁଶଧ୍ୱଜ ବେହେରାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବାସହ ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ସହକର୍ମୀ ମାନଙ୍କ ତରଫରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟତ୍ରୀ ଦମୟନ୍ତୀ ପହି, ଚିନ୍ମୟୀ ସେଠୀ, ଦିପ୍ତୀ ରାଉତ, ଆନନ୍ଦ ବେହେରା, ଗୋବିନ୍ଦ ଶଙ୍ଖୁଆ, ପ୍ରସାନ୍ତ ଗିରି, ବିଶ୍ୱନାଥ ରାଉତ, ସରିତା ବିଶ୍ୱାଳ, ଦ୍ୱୀପାଞ୍ଜଳୀ ବାରିକ, ମିତା ଦେହୁରୀ, ଦେବସ୍ୱିନୀ ଦାସ, ଗିତାରାଣୀ ମିଶ୍ର, କାଙ୍ଗାଳି ଦେହୁରୀ, ପ୍ରଶାନ୍ତ ମହାନ୍ତିଙ୍କ ସମେତ ଅନେକ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ