ସିଆରସିସିଙ୍କୁ ବିଦାୟ ସମ୍ବର୍ଦ୍ଧନା

ସୋରଡା,(ରଜନୀ ମୋହାପାତ୍ର):ସିଆରସିସି ଗଙ୍ଗାଧର ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଗୁଣ୍ଡିବିରା ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାସ ପୌରହିତ୍ୟ କରିଥିଲେ l ସିଆରସିସି କାହ୍ନୁ ଚରଣ ପ୍ରଧାନ, ରାଜେନ୍ଦ୍ର କୁମାର ବିଷୋୟୀ, ନିହାର ରଞ୍ଜନ ବେହେରା, ଜନିତା ନାୟକ ହାଡୁବନ୍ଧୁ ଗୌଡ଼, ଦେବେନ୍ଦ୍ର ରଥ, ମହେଶ୍ୱର ମାହାଙ୍କୁଡ, ଏଶୋ ମେଧି ସାନମାନୀୟ ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିଲେ l ବଂଶୀଧର ବିଷୋୟୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ବାସୁଦେବ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ l ସି ଆର ସି ସି ଗଙ୍ଗାଧର ନାୟକଙ୍କୁ ମାନପତ୍ର ଓ ଉପହାର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା l ବୋରୋସିଙ୍ଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ