ସିଆରସି ନିୟୋଜନକୁ ନେଇ ପ୍ରଶ୍ନବାଚୀ
କୋଦଳା, (ଗୁଲସନ୍ କୁମାର କର ) : ସର୍ବ ଶିକ୍ଷା ଅଭିଯାନ ଆରମ୍ଭ ହେବା ଦିନ ଠାରୁ ରାଜ୍ୟରେ ବିଦ୍ୟାଳୟ ଗୁଡିକ ପାଇଁ ସମନ୍ନୟ ରଖିବା ସକାଶେ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓ ପେ ପା ଅଧୀନରେ ପ୍ରତି ବ୍ଲକରେ ସି ଆର୍ ସି ସି ନିୟୋଜନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସି ଆର୍ ସି ମାନେ ବ୍ଲକ ର ବିଭିନ୍ନ କ୍ଳଷ୍ଟର ରେ ଦାୟିତ୍ଵ ନେଇ ସେହି କ୍ଳଷ୍ଟର ଅଧୀନରେ ଥିବା ବିଦ୍ୟାଳୟରେ ମନିଟରିଂ କରିବା ସହ ପୁସ୍ତକ ବଣ୍ଟନ, ଉଜ୍ଜ୍ଵଳ ଓ ଉତଥାନ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରି ୧୫ ଦିନ ନିଜ ବିଦ୍ୟାଳୟରେ ଶିକ୍ଷାଦାନ କରି ମାସର ଆଉ ୧୫ ଦିନ କ୍ଳଷ୍ଟର ଅଧୀନରେ ଥିବା ସ୍କୁଲ କୁ ଅନ୍ ଲାଇନ୍ ରେ ମନିଟରିଂ କରିବା ନେଇ ସେମାନଙ୍କର ଜବ ଚାର୍ଟରେ ରହିଛି । ସି ଆର୍ ସି ଙ୍କ କାର୍ୟ୍ୟକାଳ ୫ ବର୍ଷ ଥିବା ବେଳେ ୫ ବର୍ଷ ପରେ ନୂତନ ଶିକ୍ଷକ ଙ୍କୁ ଏହି ପଦବୀ ରେ ନିୟୋଜନ କରିବା ପାଇଁ ବିଜ୍ଞପ୍ତି ବାହାରିଥାଏ।କିନ୍ତୁ ବର୍ତ୍ତମାନ୍ ଏହି ବିଜ୍ଞପ୍ତି ପ୍ରକାଶ କରାନଯାଇ ଯେଉଁ କ୍ଳଷ୍ଟର ରେ ଏହି ପଦବୀ ଖାଲି ପଡ଼ିବାକୁ ଯାଉଛି ସେହି କ୍ଳଷ୍ଟରରେ ଗୋଟିଏ ପଦବୀ ପାଇଁ ୩ ଜଣ ଶିକ୍ଷକଙ୍କ ନାମ ଚୟନ କରି ଡି ପି ସି ଙ୍କ କାର୍ୟ୍ୟଳୟକୁ ପଠାଇବା ପାଇଁ ଡି. ପି. ସି ବ୍ଲକର ବି ଇ ଓ ଙ୍କୁ ପତ୍ର ଲେଖିଛନ୍ତି୍।ବେଗୁନିଆପଡ଼ା ବ୍ଲକ ରେ ୭ ଟି ପଦବୀ ଖାଲି ହେବାକୁ ଯାଉଥିବା ବେଳେ ପତ୍ର ଅନୁସାରେ ୨୧ ଜଣ ଶିକ୍ଷକଙ୍କ ନାମ ତାଲିକାଭୁକ୍ତ କରି ପଠାଇବା କଥା କିନ୍ତୁ ଆଜି ସୁଦ୍ଧା ୯ ଜଣଙ୍କ ତାଲିକା ପଠାଯାଇଛି । ତାହା ପୁଣି ବାଧ୍ୟ ବାଧକତାରେ ବୋଲି ଜଣା ପଡିଛି । ଏ ସମ୍ପର୍କରେ ବେଗୁନିଆପଡ଼ା ବି ଆର୍ ସି ତଥା ଏ ବି ଇ ଓ ସୁଷମା ଶବର ଙ୍କ ସହ ଯୋଗ ଯୋଗ କରିବାରେ ସେ ଶିକ୍ଷକ ମାନେ ଏହି ପଦବୀ ପାଇଁ ଆଗ୍ରହ ନଥିବା ଯୋଗୁ ଅଧିକ ନାମ ପଠାଯାଇ ପାରୁନି ବୋଲି ପ୍ରକାଶ କରିଛନ୍ତି। ଅପର ପକ୍ଷରେ ଅନଲାଇନ୍ ମନିଟରିଂ ହେବା ପରଠୁ ଅକ୍ଷାଂଶ ଓ ଦ୍ରାଘିମା ଅନୁସାରେ ସି ଆର୍ ସି ଙ୍କ ଅବସ୍ଥିତି, ମନିଟରିଂ ଅବଧି ସବୁ ଅଧିକାରୀ ମାନେ ଜାଣିବା ସହ ଏତେ ଡାଟା ସଂଗ୍ରହ ସାଙ୍ଗକୁ ବହି ବଣ୍ଟନ, ସଠିକ ସମୟରେ ଅର୍ଥ ନ ମିଳିବା, ଏତେ ଗୁଡ଼ିଏ ସ୍କୁଲ ରେ ଉଜ୍ଜ୍ଵଳ ଓ ଉତ୍ଥାନ ଭଳି କାର୍ୟ୍ୟକ୍ରମ କୁ ସଫଳ ନ କରିପାରିଲେ ସି ଆର୍ ସି ଙ୍କ ଉପରେ କାର୍ୟ୍ୟାନୁଷ୍ଠାନ, ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ସଫଳ ରୂପାୟନ, ଶାଳା ସିଦ୍ଧି କାର୍ୟ୍ୟକ୍ରମ, ବିଭିନ୍ନ ବୈଠକମାନ ରେ ଉପସ୍ଥିତି ଆଦି ଗୁରୁତ୍ଵ ପୂର୍ଣ୍ଣ କଥା ଥିବା ଯୋଗୁ ସି ଆର୍ ସି ପଦବୀ କୁ ନ ଯାଇ ବିଦ୍ୟାଳୟରେ ଶିକ୍ଷାଦାନ କରିବା ଭଲ ବୋଲି ବିଭିନ୍ନ ଶିକ୍ଷକ ମତ ଦେଇଛନ୍ତି । ଅପର ପକ୍ଷରେ ସି ଆର୍ ସି ସି ଚୟନ ରେ ଅନିୟମିତତା ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡ଼ିଛି ।