ସିଏବି ମାମଲାର ଆଜି ସୁପ୍ରିମ୍ କୋର୍ଟ ରେ ଶୁଣାଣି
ନୂଆଦିଲ୍ଲୀ- ନାଗରିକତା ଆଇନକୁ ବିରୋଧକରି ସୁପ୍ରିମ୍ କୋର୍ଟ ରେ ଦାଏର କରାଯାଇଥିବା ପ୍ରାୟ ୫୯ଟି ପିଟିସନ୍ ଆଜି ଶୁଣାଣି କରାଯିବ । ଦାୟରକରାଯାଇଥିବା ପିଟିସନ୍ କାରୀଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ନେତା ଜୟରାମ ରମେଶ, ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହାଦୁଲ୍ ର ମୁସ୍ଲିମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓଓ୍ଵାଇସି, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର, ରାଷ୍ଟ୍ରୀୟ ଜନତା ଦଳ, ଜମିଆତ୍ ଉଲେମା-ଏ-ହିନ୍ଦ୍, ତ୍ରିପୁରାର ପୂର୍ବତନ ଶାସକ ଉତ୍ତରାଧିକାରୀ ପ୍ରଦ୍ୟୋତ କିଶୋର ଦେବ ବର୍ମନ, ଇଣ୍ଡିଆନ୍ ୟୁନିୟନ ମୁସ୍ଲିମ୍ ଲିଗ୍, ଅଲ୍ ଆସାମ ଷ୍ଟୁଡେଣ୍ଟ୍ସ୍ ୟୁନିୟନ ଏବଂ ଅନ୍ୟମାନେ। ଭାରତର ପ୍ରଧାନ ବିଚାରପତି ଏସ୍. ଏ. ବୋବଡ଼େ, ବିଚାରପତି ବିଆର୍ ଗାଓ୍ଵାଇ ଏବଂ ସୂର୍ଯ୍ୟକ।ନ୍ତଙ୍କ ତିନିଜଣିଆ ଖଣ୍ଡପୀଠ ଏହି ପିଟିସନ୍ ଏବଂ ପଡ଼ିରହିଥିବା ଅନ୍ୟାନ୍ୟ ମାମଲାର ଶୁଣାଣି କରିବେ।


