ସିଏବି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୨
ନୂଆଦିଲ୍ଲୀ- ନାଗରିକତା ସଂଶୋଧନ ଆଇନ ଉପରେ ରହିତାଦେଶ ଲାଗୁ କରିବାକୁ ସୁପ୍ରିମ୍ କୋର୍ଟ ବୁଧବାର ଦିନ ମନା କରିଦେଇଛନ୍ତି । ଏହି ବିବାଦୀୟ ଆଇନକୁ ନେଇ ସୁପ୍ରିମ୍ କୋର୍ଟ ରେ ୫୯ଟି ପିଟିସନ୍ ର ଆଜି ହୋଇଛି ଶୁଣାଣି ଏହା ସମ୍ବିଧାନକୁ ଉଲ୍ଲଂଘନ କରୁଛି ବୋଲି ହୋଇଥିବା ଅଭିଯୋଗର ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ ନୋଟିସ୍ ଜାରି କରିଛନ୍ତି। ଜାନୁଆରି ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହାର ଜବାବ ଦଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ କହିଥିବାବେଳେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରି ୨୨ ତାରିଖକୁ ଦିନ ଧ।ର୍ଯ୍ୟ କରିଛନ୍ତି।


