ସିଏମସିର ୫୩ ନମ୍ୱର ୱାର୍ଡ ସାମନାରେ ଟଙ୍କା ବାଣ୍ଟୁଥିଲେ ବିଜେଡି କର୍ମୀ

କଟକ, (ଯୁଗାବ୍ଦ ନ୍ୟୁଜ) :ସିଏମସିର ୫୩ ନମ୍ୱର ୱାର୍ଡ ସାମନାରେ ଶାସକ ଦଳ କର୍ମୀ ବାଣ୍ଟୁଥିଲେ ଟଙ୍କା । ଲୋକେ ଧରି ନିର୍ଦ୍ଧୁମ ପିଟିଲେ ।ତା ସହ ପୋଲିସରେ ଜିମା ଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ସିଏମସିର ୫୩ ନମ୍ୱର ୱାର୍ଡ ସ୍ଥିତ କଲ୍ୟାଣନଗର ଅଞ୍ଚଳରେ । ଅନ୍ୟପଟେ ପୋଲିସ ଉକ୍ତ ଯୁବଙ୍କୁ କାବୁ କରି ନେଇଥିବା ସୂଚନା ରହିଛି ଜାରି ରହିଛି ପୌର ଭୋଟ । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ଭୋଟଦାନ ଜାରି ରହିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନରେ ରାଜ୍ୟର ୪୭ଟି ମ୍ୟୁନିସିପାଲଟି, ୫୯ଟି ଏନ୍‌ଏସି ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଏବଂ ମେୟର ପଦବି ପାଇଁ ଭୋଟ୍‌ ହେଉଛି । ମତାଦାନ କରୁଛନ୍ତି ୪୧ ଲକ୍ଷ ମତଦାତା। NACର ୧ ହଜାର ୬୭୨ ୱାର୍ଡ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏ ଭୋଟିଂ ଚାଲିବ। ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ