ସିକଲ୍ ସେଲ ରୋଗର ନିଦାନ ଓ ଚିକିତ୍ସା ସମ୍ବନ୍ଧୀୟ ଜାତୀୟ ଗବେଷଣା ପ୍ରକଳ୍ପର ଶୁଭାରମ୍ଭ

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ(ଆଇସିଏମଆର) ଅଧିନସ୍ଥ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି), ଭୂବନେଶ୍ବର ଓ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସିକଲ୍ ସେଲ ରୋଗର ନିଦାନ ଓ ଚିକିତ୍ସା ସମ୍ବନ୍ଧୀୟ ଗବେଷଣା ପ୍ରକଳ୍ପର ଗୁରୁବାର ଶୁଭାରମ୍ଭ ହୋଇଛି।କନ୍ଧମାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡଃ.ରାଜଶ୍ରୀ ପଟ୍ଟନାୟକ ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ଜି.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ, ଜି.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ.ଶକ୍ତିକାନ୍ତ ମଲିକ ଯୋଗ ଦେଇଥିଲେ। ଜାତୀୟ ସ୍ତରରେ ଏହି ପ୍ରକାର ପ୍ରକଳ୍ପ ୬ଟି ପ୍ରଦେଶରେ କାର୍ଯ୍ୟକାରୀ ହେଉଥିବା ସମୟରେ ସିକଲ୍ ସେଲ ରୋଗର ପ୍ରାଦୁର୍ଭାବକୁ ଲକ୍ଷ୍ୟ କରି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଓ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗବେଷଣା କେନ୍ଦ୍ର ଭାବେ ଚୟନ କରାଯାଇଛି ବୋଲି ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ.ମନୋରଞ୍ଜନ ରଣଜିତ ନିଜ ବକ୍ତବ୍ୟରେ କହିଥିବା ସହ ଜି.ଉଦୟଗିରି ଓ ଦାରିଙ୍ଗବାଡି  ଅଞ୍ଚଳର ୫ ବର୍ଷରୁ କମ ବୟସ୍କ ପିଲାଙ୍କୁ ନେଇ କରାଯାଇଥିବା ଏକ ନମୂନା ସର୍ଭେରୁ ପ୍ରାୟ ୧୦ ରୁ ୧୨ ପ୍ରତିଶତ ପିଲା ଏହି ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି ବୋଲି କହିଥିବା ବେଳେ ପ୍ରାଥମିକ ଚିକିତ୍ସାଳୟ ସ୍ତରରେ ଏହି ରୋଗର ନିଦାନ ଓ ଚିକିତ୍ସା କିପରି କରାଯାଇ ପାରିବ ଏବଂ ଲୋକମାନଙ୍କୁ ଏହି ରୋଗ ବିଷୟରେ କିପରି ସଚେତନ କରାଯାଇପାରିବ ସେହି ଉପାୟ ବିଷୟରେ ଆଲୋକପାତ ମଧ୍ୟ କରିଥିଲେ।ସିକଲ୍ ସେଲ ରୋଗ ଏକ ବଂଶାନୂଗତ ରୋଗ ଓ ଏହାର ଚିକିତ୍ସା ବ୍ୟୟବହୂଳ। ସବୁ ଜାଗାରେ ଏହାର ଚିକିତ୍ସା ଉପଲବ୍ଧ ନୁହଁ।ତେଣୁ ଏହି ରୋଗର ଚିକିତ୍ସା ସବୁ ସ୍ଥାନରେ ପହଞ୍ଚାଇବାକୁ ହେଲେ କ୍ଷେତ୍ରୀୟ ଗବେଷଣାର ଆବଶ୍ୟକତା ଅଛି ବୋଲି ସମ୍ମାନୀୟା ଅତିଥି ନିଜ ବକ୍ତବ୍ୟରେ କହିଥିବାବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସଭାରେ ଉପସ୍ଥିତ ଥିବା ସରପଞ୍ଚ,ସ୍କୁଲ ଶିକ୍ଷକ, ଆଶାକର୍ମୀ ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଉକ୍ତ ପ୍ରକଳ୍ପରେ ସହଭାଗୀ ହୋଇ ପ୍ରକଳ୍ପକୁ ସଫଳ କରାଇବାକୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ