ସିକ୍ରେଟ୍ ରୁମ୍ରେ ରହିବେ ଅମୀଷା
ମୁମ୍ବାଇ: ଟେଲିଭିଜନର ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ “ବିଗ୍ ବସ୍-୧୩’ ଆରମ୍ଭ ହାଇଯାଇଛି । ଶା’ର ହାଷ୍ଟ୍ ଦବଙ୍ଗ ଷ୍ଟାର୍ ସଲମାନ୍ ଖାନ୍ ଏହାର ଗ୍ରାଣ୍ଡ୍ ପ୍ରିମିୟରରେ ପ୍ରତିଯାଗୀମାନଙ୍କ ଗୃହ ପ୍ରବେଶ କରାଇଥିଲେ । ଏଥର ବିବି-ହାଉସରେ କେବଳ ସେଲେବ୍ରିଟିମାନେ ସାମିଲ୍ ହାଇଛନ୍ତି । ସେମାନଙ୍କ ମଧ୍ୟରେ ଉଭୟ ଟେଲିଭିଜନ୍ ଓ ବଲିଉଡର ଷ୍ଟାର୍ ଅଛନ୍ତି । “ବିଗ୍ ବସ୍’ରେ ସାଧାରଣତଃ ଅନେକ ଟ୍ୱିଷ୍ଟ୍ ଦେଖିବାକୁ ମିଳେ । ଆଉ ଏହି ସିଜିନର ପ୍ରଥମ ଟ୍ୱିଷ୍ଟ୍ ବି ଦେଖିବାକୁ ମିଳି ସାରିଲାଣି । ବିବି-ହାଉସର ପ୍ରବେଶ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ୍ । ତେବେ ସେ ପ୍ରତିଯୋଗୀ ଭାବେ ବିବି ହାଉସରେ ପ୍ରବେଶ କରି ନାହାନ୍ତି । ଆପଣମାନେ ଭାବୁଥିବେ, ଯଦି ଅମୀଷା ପ୍ରତିଯୋଗୀ ନୁହନ୍ତି, ତା’ହେଲେ କାହିଁକି ବିବି-ହାଉସରେ ଏଣ୍ଟ୍ରି କରିଛନ୍ତି । କଥାଟା ହେଲେ ସବୁଥର ଅପେକ୍ଷା ଏଥରର ସିଜିନ୍ ହେଉଛି ଟିକେ ହଟକେ । ଅମୀଷା “ବିଗ୍ ବସ୍’ ହାଉସର ମାଲିକାଣୀ ହୋଇ ପ୍ରବେଶ କରିଛନ୍ତି । ସୂଚନା ଅନୁଯାୟୀ, ସେ ସେହି ଘରେ ରହିବେ, କିନ୍ତୁ ଏକ ସିକ୍ରେଟ୍ ରୁମ୍ରେ ପୂର୍ବରୁ ଏକ ପ୍ରମୋ ମଧ୍ୟ ରିଲିଜ୍ ହୋଇଥିଲା, ଯେଉଁଥିରେ ଅମୀଷା ହାତରେ ଚାବୁକ୍ ଧରିଥିବାର ଦେଖିବାକୁ ମିଳିଥିଲା । ଅମୀଷା ଶୋ’ରେ ଘରର ସଦସ୍ୟମାନଙ୍କୁ ସିଷ୍ଟାଚାର ଶିଖାଇବେ । ତା’ ସହିତ ଭିନ୍ନ ଭିନ୍ନ ଟାସ୍କ ମଧ୍ୟ ଦେବେ । କୁହାଯାଉଛି, ସେ ଘରେ ଗୋଟେ ପରେ ଗୋଟେ ଏମିତି କିଛି ଟ୍ୱିଷ୍ଟ ନେଇ ଆସିବେ ଯାହା ପ୍ରତିଯୋଗୀମାନଙ୍କୁ ପରସ୍ପର ସହ ଲଢ଼ିବାକୁ ବାଧ୍ୟ କରିଦେବ । ଏସବୁ ବ୍ୟତୀତ ସେ ସମସ୍ତଙ୍କୁ ଏଣ୍ଟରଟେନ୍ ମଧ୍ୟ କରିବେ । ଅମୀଷା ଗତ ଏପିସୋଡରେ ପ୍ରତିଯୋଗୀମାନଙ୍କୁ ପ୍ରଥମ ଟାସ୍କ କରେଇ ସାରିଲେଣି । ସେ ଏକ ଟାସ୍କ ଦେଇଥିଲେ ଯେଉଁଥିରେ ସବୁ ପ୍ରତିଯାଗୀ ଗାଟିଏ ଲାଇନରେ ଛିଡ଼ା ହାଇ ଘରର ରାସନକୁ ପାଟିରେ ଉଠାଇ ପରସ୍ପରକୁ ପାସ୍ କରି ଠିକ୍ ସ୍ଥାନରେ ରଖିବେ । ଏହି ସମୟରେ ଯେଉଁ ଜିନିଷ ପାଟିରୁ ତଳେ ଖସିଲା, ତାହା ଆଉ ସେମାନଙ୍କୁ ମିଳିବ ନାହିଁ । ସବୁ ପ୍ରତିଯୋଗୀ ଘରର ପ୍ରଥମ ଟାସ୍କକୁ ସମ୍ପୂର୍ଣ କରିବା ସହ ଏନ୍ଜୟ ମଧ୍ୟ କରିଥିଲେ । ସୂଚନାଯୋଗ୍ୟ, ଅମୀଷାଙ୍କ ଫିଲ୍ମ ଆଉ ଚାଲୁନି । ତାଙ୍କୁ ବି ଆଉ ପୂର୍ବଭଳି ଭଲ ପ୍ରାଜେକ୍ଟ ମିଳୁନି । ତେବେ ସଲମାନ୍ ପୁଣି ଥରେ ନିଜ ଉଦାରତାର ପରିଚୟ ଦେଇ ତାଙ୍କୁ ବିଗ୍ ବସ୍ର ସୁଯୋଗ ଦେଇଛନ୍ତି । ସଲମାନ୍ଙ୍କ କାରଣରୁ ହିଁ ବିଗ୍ ବସ୍ରେ ଅମୀଷାଙ୍କର ଏଣ୍ଟ୍ରି ହୋଇଛି ବୋଲି କୁହାଯାଉଛି ।