ସିକ୍ୟୁଏଲ ଫିଲ୍ମରେ ଅଭିନୟ କରିବେ ଜନ୍

ମୁମ୍ବାଇ; ଜନ୍ ଅବ୍ରାହମ୍ ତାଙ୍କ ଦମ୍ଦାର ଅଭିନୟ ଓ ଆକ୍ସନ ପାଇଁ ବେଶ ଚର୍ଚ୍ଚିତ । କିଛିଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ “ବାଟଲା ହାଉସ୍’ ଫ୍ଲୋରକୁ ଆସିଥିଲା । ଯଦିଓ ଏହା ବକ୍ସ ଅଫିସରେ ଭଲ ବିଜନେସ୍ କରିପାରି ନ ଥିଲା ତେବେବି ଜନ୍ଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା । ଏବେ ଜନ୍ ମୋହିତ ସୁରିଙ୍କ ଫିଲ୍ମ “ଏକ ଭିଲେନ’ର ସିକ୍ୟୁଏଲରେ କାମ କରିବେ ବାଲି ଜଣାପଡିଛି । “ଏକ ଭିଲେନ’ ୨୦୧୪ରେ ରିଲିଜ୍ ହାଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଥିଲେ ସିଦ୍ଧାର୍ଥ ମାଲହୋତ୍ରା, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ । ରିତେଶ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏବେ “ଏକ ଭିଲେନ’ର ସ୍କ୍ରିପ୍ଟ ଜନ୍ଙ୍କୁ ପସନ୍ଦ ଆସିଥିବା ବେଳେ ଖୁବ୍ଶୀଘ୍ର ସେ ଏଥିପାଇଁ ସାଇନ୍ କରିବେ ବୋଲି କୁହାଯାଉଛି । ଯଦିଓ ଏହା ଅଫିସିୟାଲି କୁହାଯାଇ ନାହିଁ ତଥାପି ନିକଟରେ ଏହାର ଷ୍ଟାରକାଷ୍ଟ ବଛା ସରିଲେ ଶୁଟିଂ କେବେ ହେବ ବୋଲି ଘୋଷଣା କରାଯାଇପାରେ । ଆସନ୍ତା ବର୍ଷ ଏହା ରିଲିଜ୍ ହେବ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ