ସିଙ୍ଗଡୋବ ନୀଳମାଧବ ମନ୍ଦିରର ବାର୍ଷିକ ଉତ୍ସବ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ନୀଳମାଧବ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ମାଘ ସପ୍ତମୀ ଅବସରରେ ଅନୁଷ୍ଠିତ ଏହି ଉତ୍ସବ ପାଇଁ ଗତକାଲି ସକାଳେ ପବିତ୍ର ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ଅଗଣା ପାଢ଼ୀଙ୍କ ଦ୍ୱାରା ହୋମଯଜ୍ଞାଦି କରାଯାଇଥିବାବେଳେ ମନ୍ଦିର ପୂଜକ ହରିହର ବେହେରାଙ୍କ ଦ୍ୱାରା ମନ୍ଦିରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ହରିହର ଖଟୁଆ, ଲଳିତା ଖଟୁଅ. ପ୍ରହଲାଦ ବେହେରା, ଭଜମନ ବେହେରା, ବିଜୁ ବେହେରା, ବାସନ୍ତୀ ବେହେରା, ପାଗଳ ବେହେରା, କାଠିଆ ବେହେରା, ପେଟୁ ବେହେରା, କୁଲୁ ଖଟୁଆ ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ଦୁଇଦିନ ଧରି ନାମ ସଙ୍କିର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଚାଲୁଥିବାବେଳେ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ସିଙ୍ଗଡୋବ ଗ୍ରାମ ବାସୀମାନେ ମିଳିତଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।