ସିଙ୍ଗଲ୍ ଠାରୁ ଡବଲ ଇଞ୍ଜିନ୍ର ପାୱାର ବେଶୀ ମୋଦିଙ୍କୁ ଓଡିଶାବାସୀ ବାଛିବେ : ଧର୍ମେନ୍ଦ୍ର

ଭୁବନେଶ୍ୱର : ସିଙ୍ଗଲ୍ ଇଞ୍ଜିନ ଠାରୁ ଡବଲ ଇଞ୍ଜିନର ତାକତ ବେଶୀ ତେଣୁ କେନ୍ଦ୍ର ଓ ରାଜ୍ୟରେ ମୋଦିଙ୍କ ସରକାର ହେବ ଏବଂ ଓଡିଶାବାସୀ ମୋଦିଙ୍କୁ ବାଛିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣରେ ଓଡିଆ ଭାଷାରେ ନିଜ ନାଁ ଦସ୍ତଖତ କରିବାକୁ ସେ ଆହ୍ୱାନ କରିଛନ୍ତି । ଏହାସହ ସାରସକଣା ନିର୍ବାଚନ ମଣ୍ଡଳିରୁ ବିଜେପିରୁ ନିର୍ବାଚନ ଲଢିବାକୁ ଚାହୁଁଥିବା ଆଦିବାସୀ ଡାକ୍ତର ବୁଢାନ ମୁର୍ମୁଙ୍କୁ କାହିଁକି ଜାଣିଶୁଣି ତାଙ୍କର ଗଣତାନ୍ତ୍ରିକ ଅଧିକାରକୁ ରାଜ୍ୟ ସରକାର ହତ୍ୟା କରିବା ପାଇଁ ଉଦ୍ୟମ କରୁଛନ୍ତି, ନିଜର ଅପାରଗତା ଲୁଚାଇବା ପାଇଁ କେନ୍ଦ୍ରୀୟ ଅବହେଳାର କାହିଁକି ଡ୍ରାମା କରୁଛନ୍ତି ରାଜ୍ୟ ସରକାର, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉଦବୋଧନ ଦେଇ ପ୍ରଶ୍ନ ଉଠାଇଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଆ ଭାଷା ଲେଖିବା, ଜାଣିବା ଓ ଓଡିଆରେ ଦସ୍ତଖତ କରୁଥିବା ଦରକାର । ଉକ୍ରଳ ଦିବସ ଅବସରରେ ପାରଳାଖେମୁଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଏହି ପ୍ରଶ୍ନ ଉଠାଇଛନ୍ତି । ଓଡିଶାରେ ଗଣତନ୍ତ୍ରର କଣ୍ଠକୁ ଚିପିବାର ଅପଚେଷ୍ଟା ହେଉଛି । ମୟୂରଭଞ୍ଜ ଜିଲ୍ଲା ସାରସକଣା ଅଂଚଳର ଡାକ୍ତର ବୁଢାନ ମୁର୍ମୁ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣି ହୋଇ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଗତ ୪ ମାସ ପୂର୍ବରୁ ସରକାରଙ୍କ ପାଖକୁ ଇସ୍ତଫା ପତ୍ର ଦେଇଥିଲୋତା ଙ୍କୁ ଏଥିପାଇଁ ଅନୁମତି ନମିଳିବାରୁ ଗତକାଲି ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଶାସନ ସଚିବ ରାଜେଶ ବର୍ମାଙ୍କୁ ଅନୁରୋଧ କଲେ । ମାତ୍ର ଶ୍ରୀ ବର୍ମା ତାଙ୍କୁ ପ୍ରତିଉତରରେ ଛୁଟିରେ ଥିବା କଥା କହିବା ସହ ଜଣେ ରୂପା ରୋଶନ ସାହୁଙ୍କୁ ଯୋଗାଯୋଗ କରିବାକୁ କହିଲେ । କିନ୍ତୁ ଏଥିପାଇଁ କିଛି ସହାୟତା ମିଳିପାରିଲା ନାହିଁ । ସେ କହିଛନ୍ତି ଯେ ବୁଢାନ ମୁର୍ମୁ ନିର୍ବାଚନ ଲଢିଲେ ତାଙ୍କ ହାରିବା ଜିତିବା ଆଦିବାସୀ ଗରିବ ଲୋକମାନେ ନିର୍ଣ୍ଣୟ କରିବେ । ଆଦିବାସୀ ପିଲାର ସାମ୍ବିଧାନିକ ଅଧିକାର ଥିଲେ ମଧ୍ୟ ନବୀନ ବାବୁ ତାଙ୍କ ଇସ୍ତଫା ପତ୍ର କାହିଁକି ଗ୍ରହଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଭ୍ରଷ୍ଟାଚାରୀ ନଳୀନି ପ୍ରଧାନଙ୍କୁ ରାତାରାତି ଭିଜିଲାନ୍ସ କ୍ଲିୟରାନ୍ସ ଦେଇ ଚାକିରିରୁ ଅଗ୍ରାହତି ଦେଇଦେବା ବେଳେ ଆଦିବାସୀ ପିଲାଙ୍କୁ କାହିଁକି ଦେବେ ନାହିଁ, ସଂଧ୍ୟା ସୁଦ୍ଧା ମୁର୍ମୁଙ୍କ ଇସ୍ତଫା ପତ୍ରରେ ଦସ୍ତଖତ କରି ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏପ୍ରକାର କାମ ଓଡିଶାରେ ନୁହେଁ, ତାମିଲନାଡୁରେ ହୁଏ କହିଛନ୍ତି । ବିଜୁ ଜନତା ଦଳ କେନ୍ଦ୍ରୀୟ ଅବହେଳା କଥା କହୁଥିବା ବେଳେ ମୋଦିଙ୍କ ୫ ବର୍ଷରେ ସାଢେ ୫ ଲକ୍ଷ କୋଟି ଟଙ୍କା ଓଡିଶାକୁ ଆସିଛି । ସବୁର ହିସାବ ଓଡିଶାର ଜନସାଧାରଣଙ୍କ ନିକଟରେ ରଖାଯାଇଛି । ବିଜୁ ଦଳର ଲୋକମାନେ ଏହାକୁ ବୁଝିପାରୁନଥିଲେ ଦଳର ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କୁ ନବୀନ ନିବାସ ପଠାଯିବ ଏବଂ ସେ ଯାଇ କେଉଁ କେଉଁ ବିଭାଗରେ କେତେ ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି ତାହା ବୁଝାଇଦେଇ ଆସିବେ ବୋଲି କହିଛନ୍ତି । ରେଳବାଇରୁ ୨୦ ହଜାର ଟଙ୍କା ଓଡିଶା ଦେଉଥିବା ବିଜେଡି କହୁଥିବା ବେଳେ ଏହା ନବୀନ ବାବୁଙ୍କ ଦୟାରେ ନୁହେଁ କେନ୍ଦୁଝର, କୋରାପୁଟ, ତାଳଚେର ଜିଲ୍ଲାର ଖଣି ଖଦାନ ଯୋଗୁଁ ଏହି ଟଙ୍କା ଦିଆଯାଉଛି । ରେଳ ପ୍ରକଳ୍ପରେ ଓଡିଶାକୁ ୟୁ ିଏ ଶାସନରେ ମୋଟ ସାଢେ ୪ ହଜାର କୋଟି ଟଙ୍କା ମିଳିଥିବା ବେଳେ ନରେନ୍ଦ୍ର ମୋଦିଙ୍କ ସରକାରରେ ମୋଟ ୨୭ ହଜାର କୋଟି ଟଙ୍କା ମିଳିଲା । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଓ ହରିଦାସପୁର- ପାରାଦୀପ ରେଳ ଲାଇନ ରାଜ୍ୟ ସରକାର ଜମି ନଦେବା କାରଣରୁ ହୋଇପାରୁନାହିଁ । ମୋଦି ସରକାରଙ୍କ ସମୟରେ ଅନେକ ବିକାଶମୂଳକ କାମ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଓଡିଶାରେ ମୋବାଇଲ ଟାଓାର ହେବା ନେଇ ପ୍ରଶ୍ନ ଉଠାଇଛନ୍ତି । ଗାଁ ଗାଁରେ ଇଂଟରନେଟ ଲଗାଇବା ପାଇଁ ନରେନ୍ଦ୍ର ମୋଦି ଓଡିଶା ସରକାରଙ୍କୁ ଅଧିକ ଟଙ୍କା ଦେଉଛନ୍ତି । ମାତ୍ର ଟଙ୍କା ଟ୍ରେଜେରୀରେ ପଡିଲ। ପରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ