ସିଜିଗାଣ୍ଡା ଘାଟିରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ; ୭ଆହତ, ୨ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିଜିଗାଣ୍ଡା ଘାଟିରେ ବୁଧବାର ଅପରାହ୍ନ ସମୟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର ଡାଲାରେ ଥିବା ୧୩ଜଣଙ୍କ ମଧ୍ୟରୁ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ଅବସ୍ଥା ଗୁରୁତର ରହିଛି।।ସେମାନେ ହେଲେ ଡାଲାଗାଡୁ ଗ୍ରାମର କୀର୍ତନ ଉଠାଣ ସିଂ(୩୪) ଓ ସେଲେନସ୍ତିନା ନାୟକ(୪୬)। ସେହିପରି ସାମାନ୍ୟ ଆହତ ହୋଇଥିବା ହେଲେ ଅନାମ ପ୍ରଧାନ, ସୂର୍ଯ୍ୟ ପ୍ରଧାନ, ଦାନିଏଲ ପ୍ରଧାନ, ସାଗର ନାୟକ, ରୋଶନ ନାୟକ।ମିଳିଥିବା ସୂଚନା ପ୍ରକାରେ, ପଞ୍ଚାୟତର ଡାଲାଗାଡୁ ଗ୍ରାମର ୧୩ଜଣ ଲୋକ ଛଡ଼ାକିଆ ଗ୍ରାମକୁ ରାସନ ଚାଉଳ ଆଣିବାକୁ ଯାଇଥିଲେ। ଛଡ଼ାକିଆ ଗ୍ରାମରୁ ରାସନ ଚାଉଳ ଧରି ଟ୍ରାକ୍ଟରରେ ଡାଲାଗାଡୁ ଫେରୁଥିବା ସମୟରେ ସିଜିଗାଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାହାଫଳରେ ୧୩ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ଜଣ ସାମାନ୍ୟ ଆହତ ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ବେଳେ କୀର୍ତନ ଉଠାଣ ସିଂ ଓ ସେଲେନସ୍ତିନା ନାୟକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ ଜଣ ଆହତମାନଙ୍କର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ