ସିଟିଇଟି ପରୀକ୍ଷା ବାତିଲ

ନୂଆଦିଲ୍ଲୀ: କରୋନା ଯୋଗୁଁ ସିଟିଇଟି ପରୀକ୍ଷା ବାତିଲ୍‌ କରାଯାଇଛି। ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି। କରୋନା ସ୍ଥିତିକୁ ଦେଖି ପରବର୍ତ୍ତୀ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସିଟିଇଟି ପକ୍ଷରୁ କୁହାଯାଇଛି। ପୂର୍ବରୁ ଜୁଲାଇ ୫ ତାରିଖରେ ସିଟିଇଟି ପରୀକ୍ଷା ହେବ ବୋଲି ସ୍ଥିର କରାଯାଇଥିଲା। ତେବେ ଖୁବ ଶୀଘ୍ର ପରୀକ୍ଷା ଲାଗି ଦିନ ଧାର୍ଯ୍ୟ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ରହିଛି । ଚଳିତ ବର୍ଷ ୩୦ ଲକ୍ଷରୁ ଉର୍ଦ୍ଧ୍ବ ସିଟିଇଟି ପରୀକ୍ଷା ଦେଇଥାନ୍ତେ। ଗତକାଲି ଗୁରୁବାର ଦିନ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସିବିଏସ୍‌ଇ ଓ ଆଇସିଏସ୍‌ଇର ଦଶମ ଓ ଦ୍ବାଦଶ ଶ୍ରେଣୀର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି । ସିବିଏସ୍‌ଇ, ଆଇସିଏସ୍‌ଇର ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ବାହାରିବ ବୋଲି ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ