ସିଟିଜି ଗ୍ଲୋବାଲ ସ୍କୁଲ ଏବଂ ସିଟିଜି ବିଦ୍ୟାମନ୍ଦିର ର ପ୍ରଥମ ବାର୍ଷିକ ଉସôବ ପାଳିତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ସିଟିଜି ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ସିଟିଜି ଗ୍ଲୋବାଲ ସ୍କୁଲ ଏବଂ ସିଟିଜି ବିଦ୍ୟାମନ୍ଦିରରେ ପ୍ରଥମ ବାର୍ଷିକ ଉସôବ ଡିମ୍ବୋସ୍ଥିତ ଶିକ୍ଷା ନିକେତନ ରେ ରଙ୍ଗାରଙ୍ଗ ଭାବେ ମଙ୍ଗଳବାର ଅପରାହ୍ନରେ ପାଳିତ ହୋଇଯାଇଛି । କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୂଜାର୍ଚ୍ଚନା ଏବଂ ଦୀପ ପ୍ରଜ୍ୱଳନ ସହିତ ନରେଶ ନନାଙ୍କ ବେଦପାଠ ଏବଂ ମୁଖ୍ୟ ଅତିଥି କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ନାରିକେଳ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯିବା ପରେ ମଂଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଇଂରାଜୀ ବିଭାଗର ଅଧ୍ୟାପିକା ସୁଶ୍ରୀ ଆୟୁସି ପାଲ ସ୍କୁଲ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରିନ୍ସପାଲ କୃଷ୍ଣଚନ୍ଦ୍ର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍କୁଲର ଚେୟାରମ୍ୟାନ୍ ରୋଟାରିୟାନ ଡ଼ଃ ରାଜେନ୍ଦ୍ର କୁମାର ପଲେଇ ସଭାକାର୍ଯ୍ୟ ପରିଚାଳନା କରିବା ସହିତ ଅଭିଭାବକ ମାନଙ୍କୁ ବାର୍ଷିକ ଉସôବକୁ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ । ସେ ଅଭିଭାବକମାନଙ୍କୁ ସମ୍ବୋଧନ କରି କହିଲେ ଯେ ନିଜ ପିଲାଙ୍କୁ ଉପଯୁକ୍ତ ପରିବେଶରେ ଜଣେ ଜଣେ ସୁନାଗରିକ ଭାବେ ଗଢି ତୋଳିବାର ଗୁରୁ ଦାୟିତ୍ୱ ପ୍ରତ୍ୟେକ ମାଆ ବାପାଙ୍କର ରହିଛି । ତେଣୁ ପିତା ମାତା ନିଜ ଗୁରୁ ଦାୟିତ୍ୱକୁ ସୁଚାରୁରୂପେ ପାଳନ କରିବା ଆଜିର ସମାଜର ସବୁଠୁ ବଡ ଆହ୍ୱାନ । ମୁଖ୍ୟ ଅତିଥି ଶ୍ରୀମତୀ ନିକୁ ସାହୁ ନିଜ ଅଭିଭାଷଣରେ କହିଲେ ଯେ, ବାପା ମାଆ ଶିଶୁଟିର ପ୍ରଥମ ଗୁରୁ । ତେଣୁ ଶିଶୁଟିର ଶିକ୍ଷାର ମୂଳଦୁଆ ପରିବାରରୁ ଆରମ୍ଭ ହୋଇଥାଏ । ତେଣୁ ପରିବାର ଏବଂ ପାରିପାଶ୍ୱର୍ିକ ବାତାବରଣ ପିଲାଟିର ମାନସିକ ଏବଂ ବୌଦ୍ଧିକ ବିକାଶରେ ଅନେକ ପ୍ରଭାବ ପକାଇଥାଏ । ସମ୍ମାନିତ ଅତିଥି କେନ୍ଦୁଝର ହାୟର ସେକେଣ୍ଡାରୀ ସ୍କୁଲ ର ପ୍ରିନ୍ସପାଲ ମାନସ ରଞ୍ଜନ ମହାପାତ୍ର ତାଙ୍କର ବକ୍ତବ୍ୟରେ କହିଲେ ଯେ ଏକବିଂଶ ଶତାଦ୍ଦୀ ହେଉଛି ଇଲେକଟ୍ରୋନିକ୍ ଏବଂ କମ୍ପୁ୍ୟଟର ଯୁଗ । ଏହି ଛୋଟ ଛୋଟ ପିଲାମାନେ ଏହି ଇଲେକଟ୍ରୋନିକ୍ କ୍ଷେତ୍ରରେ ଏବେଠୁ ନିଜର ରୁଚି ରଖିଲେ ଆଗକୁ ସେମାନେ ବହୁ ଉପରକୁ ଯାଇ ନିଜର କ୍ୟାରିୟର ତିଆରି କରିପାରିବେ । ସମ୍ମାନୀୟ ଅତିଥି ସିଟିଜି ଚାରିଟେବୁଲ ଟ୍ରଷ୍ଟର ସେକ୍ରେଟାରୀ ସୁଭଦ୍ରା ପଲେଇ କହିଲେ ଯେ ଶିକ୍ଷା ପ୍ରତ୍ୟେକ ପିଲାର ମୌଳିକ ଅଧିକାର । ଏଥିରୁ ସେ କୌଣସି ବି କାରଣରୁ ବଂଚିତ ହେବା ଆଦୌ ସମାଜ ଏବଂ ଦେଶ ପାଇଁ ମଙ୍ଗଳ ନୁହେଁ । ସିଟିଜି ଫାଉଣ୍ଡେସନ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଅବୈତନିକ ଶିକ୍ଷା ପ୍ରଦାନ କରିବ । ଏହାପରେ ପିଲାମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିମାନେ ଖେଳକୁଦ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପିଲାମାନଙ୍କୁ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ । ରାଜୀବ ରଞ୍ଜନ ପଲେଇ ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ସମାପନ ହୋଇଥିଲା । ଏହାପରେ ଛୋଟ ଛୋଟ ପିଲାମାନେ ରଙ୍ଗାରଙ୍ଗ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କୁ ଝୁମେଇ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିଲା ର୍ୟାମ୍ପ ସୋ ଏବଂ ଏହା ଖୁବ୍ ଆକର୍ଷଣୀୟ ଥିଲା । ଇଂରାଜୀ ବିଭାଗର ଅଧ୍ୟାପକ ଶଶୀକାନ୍ତ ମହାରଣା ଏହି କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।