ସିଟି କଲେଜରେ ଅଣଛାତ୍ରଙ୍କ ଗଣ୍ଡଗୋଳ, ବାଦାମବାଡ଼ି ଥାନାରେ ଅଭିଯୋଗ

କଟକ, (ଯୁଗାବ୍ଦ ନ୍ୟୁଜ):ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ (ସିଟି କଲେଜ)ରେ ଜୁନିୟର ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ଼ ଅଭିଯୋଗ ହୋଇଛି। ଜଣେ ଯୁକ୍ତ ୨ ଛାତ୍ରଙ୍କୁ କିଛି ଅଣଛାତ୍ର ମାଡ଼ ମାରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଛି। ସିଟି କଲେଜ କ୍ୟାମ୍ପସରେ କିଛି ଅଣଛାତ୍ର ପଶି ଗଣ୍ଡଗୋଳ କରୁଥିବାବେଳେ ଜଣେ ଜୁନିୟର ଛାତ୍ର ଏହାକୁ ବିରୋଧ କରିଥିଲେ। ବିରୋଧ କରୁଥିବା ଯୁକ୍ତ ଦୁଇ ଛାତ୍ରଙ୍କୁ ମାଡ଼ ମାରିଥିଲେ। ଯୁକ୍ତ ଦୁଇ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଥିବା ସୂଚନା ମିଳଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ